ପ୍ରଖ୍ୟାତ କବି ରମାକାନ୍ତଙ୍କ ବିୟୋଗରେ ସମ୍ଭାବନା ପକ୍ଷରୁ ଆସିକାରେ ସ୍ମୃତିଚାରଣ ସଭା
ଆସିକା, (ୱାଇଏନ୍ଏସ୍):ରାଜ୍ୟର ଅନ୍ୟତମ ଅଗ୍ରଣୀ କଳା, ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ଅନୁଷ୍ଠାନ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଓଡିଶା ପକ୍ଷରୁ ସ୍ଥାନୀୟ ଚିନିଶିଳ୍ପ ନୁଆଗାଁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଖ୍ୟାତ କବି ତଥା ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ସ୍ୱର୍ଗତ ରମାକାନ୍ତ ରଥଙ୍କ ବିୟୋଗରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦର ସ୍ଥାୟୀ ସଭାପତି ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ରବିନ୍ଦ୍ର କୁମାର ମଲ୍ଲ, ଶିକ୍ଷାବିତ୍ ବଂଶୀଧର ରଥ, ସରପଂଚ ଗୀତାଞ୍ଜଳୀ ସ।।ହୁ, ଆଦର୍ଶ ଶିକ୍ଷକ ବିଘ୍ନରାଜ ପଣ୍ଡା, ସମାଜସେବୀ ଏନ୍.ବିକ୍ରମ ସାହୁ ପ୍ରମୁଖ ଯୋଗଦେଇ ପ୍ରଶାସନିକ ସେବାରୁ ଆରମ୍ଭ କରି ସାହିତ୍ୟ ସାଧନା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିବା ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ ଲିଖିତ କବିତା ସଂକଳନ କାଳେ କାଳେ ଜନାଦୃତ ହୋଇରହିବ ବୋଲି ପ୍ରକାଶ କରି ଓଡିଆ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟା ଭାବେ ତାଙ୍କର ଅବଦାନ ଅନବଦ୍ୟ ଥିଲା ବେଳେ ସ୍ୱାଧୀନୋତ୍ତର ଆଧୁନିକ ଭାରତୀୟ ସାହିତ୍ୟର ଅନ୍ୟତମ ମୃର୍ଦ୍ଧନ୍ୟ କାର୍ଯ୍ୟସ୍ୱର ଭାବେ ତାଙ୍କର ସ୍ଥାନ ଅବିସମ୍ବାଦିତ ଥିଲା ବେଳେ ଦୀର୍ଘ ସାତ ଦଶନ୍ଧିର କାବ୍ୟ ଯାତ୍ରା ଏବଂ ସେଥିରେ ଏକ ଡଜନରୁ ଅଧିକ କାବ୍ୟ ସଂକଳନ ସୃଷ୍ଟି ତାଙ୍କୁ ଯେତିକି ପ୍ରଶସ୍ଥ ଦେଇଥିଲା ତାଠାରୁ ଅଧିକ ଆନନ୍ଦ ଦେଇଥିଲା ତାଙ୍କର ଅଜସ୍ର ପାଠକଙ୍କୁ ତେଣୁ ସେହି ମହାନ୍ ସ୍ରଷ୍ଟାଙ୍କ ଅବର୍ତ୍ତମାନରେ ତାଙ୍କ କବିତାର ଶବ୍ଦ ଓ ସ୍ୱର ହିଁ ପାଠକମାନଙ୍କ ପାଇଁ ଆଶ୍ୱାସନାର ବାଣୀ ହୋଇ ଚିର ଦିନ ରହିବ ଓ ଯାହା କେବଳ ଓଡିଆ ନୁହେଁ ଭାରତୀୟ ସାହିତ୍ୟକୁ ସବୁଦିନ ପାଇଁ ଦିଗ୍ଦର୍ଶନ ଦେଉଥିବ ବୋଲି ପ୍ରକାଶ କରିିଥିଲେ । ପ୍ରଖ୍ୟାତ କବି ତଥା ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ସମ୍ଭାବନା ସାରସ୍ୱତ ସାଂସ୍କୃôତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସ୍ମୃôତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟକ୍ରମରେ ଖଲିକୋଟ କଇରାସି ଗ୍ରାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ହରେ କୃଷ୍ଣ ହରେ ରାମ କୀର୍ତ୍ତନ କରିଥିଲା ବେଳେ କଣ୍ଠଶିଳ୍ପୀ ରମାମଣୀ ସ୍ୱାଇଁ, ସରୋଜକାନ୍ତ ଷଡଙ୍ଗୀ, ରଘୁନାଥ ପରିଡାଙ୍କ ସୁମଧୁର କଣ୍ଠରେ ପରିବେଶିତ ଭଜନ ଉପସ୍ଥିତ ଦର୍ଶକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକଙ୍କୁ ବିମୋହିତ କରିପକାଇଥିଲା । ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ସ୍ମୃôତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ବୃନ୍ଦାବନ ବାଡତ୍ୟା, ଲକ୍ଷ୍ମଣ ବେହେରା, ବୁଦ୍ଧିରାମ ନାହାକ, ସନ୍ତୋଷ କୁମାର ପାଣି, ପ୍ରଶାନ୍ତ କୁମାର ନାୟକ, ଲଡୁକିଶୋର ବିଷୋୟୀ, ଯୋଗିନ୍ଦ୍ର ସ୍ୱାଇଁ, ରଜନୀକାନ୍ତ ପାଢୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଂଗଠନର କାର୍ଯ୍ୟକର୍ତ୍ତା, ସଚେତନ ନାଗରିକ, ବୁଦ୍ଧିଜିବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।