ପ୍ରଦୀପ୍ତ  ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଗଜପତି ର ଅଡବା କୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ମଙ୍ଗଳବାର  ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ଆୟୋଜିତ ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ସ୍ବର୍ଗତ ପ୍ରଦୀପ୍ତ ପଟ୍ଟନାୟକ (ବାବୁଲି) ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।  ସେହିପରି ସ୍ବର୍ଗତ ପ୍ରଦୀପ୍ତଙ୍କ ସହଧର୍ମିଣୀ ଶିବଲକ୍ଷ୍ମୀ ପଟ୍ଟନାୟକ , ଭଉଣୀ ମିରା ପଟ୍ଟନାୟକ , ବିଜୟଲକ୍ଷ୍ମୀ ପାଣିଗ୍ରାହୀ , ପୁଅ ରାଜା ପଟ୍ଟନାୟକ , ପୂର୍ବତନ ନଗରପାଳ ଭି . ରବି ନାରାୟଣ ରାଜୁ , ପୂର୍ବତନ ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , କାଉନସିଲର ନୀଳମାଧବ ଗୈାଡ , ନୀଳକଣ୍ଠ ପଟ୍ଟନାୟକ , ନଗର ବିଜେଡି ସଭାନେତ୍ରୀ ଅନୀତା ବେହେରା , ନଗର ବିଜେଡ଼ି ସଭାପତି ତାରାପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଦୀପ୍ତଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉଦଘାଟନୀ ମ୍ୟାଚରେ ଗଜପତି ଜିଲ୍ଲାର ଅଡବା ଏବଂ ବ୍ରହ୍ମପୁରର ପାୱାର ସିକ୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨-୧ ସେଟ୍ ରେ ପାୱାର ସିକ୍ସ ଟିମ୍ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଛି।   କ୍ଳବ୍ ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର ,ଅର୍ଦ୍ଦୁ.ଗୋବିନ୍ଦ, ବିକାଶ ପଶୁପାଳକ , ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ , କୁରେଶୁ ମହାରଣା , କେ. କୁନା ପ୍ରମୁଖ ଙ୍କ ନେତୃତ୍ୱରେ ଆୟୋଜିତ ଉଦଘାଟନୀ ମ୍ୟାଚ ରେ  ଗୋବିନ୍ଦ ନାୟକ ରେଫେରିି ଥିବା ବେଳେ ବାବୁଲା ମହାରଣା , ସୁଶାନ୍ତ କୁମାର ପଣ୍ଡା ଲାଇନମ୍ୟାନ ଦାୟିତ୍ଵ ତୁଲାଇଥିଲେ। । ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ବୃନ୍ଦ ମ୍ୟାଚ ପରିଚାଳନା ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ