ପ୍ରଦୂସଣ ମୁକ୍ତ ବୃକ୍ଷରୂପୀ ଗଣେଷ ପୂଜା
କୁକୁଡ଼ାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଭଗବାନପୁରରେ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ନିଆରା ଢଙ୍ଗରେ ଶ୍ରୀ ଗଣେଷ ପୂଜା ପାଳନ କରାଯାଇଛି l ସଦସ୍ୟ ମାନେ ଏକ ନିମ୍ୱ ବୃକ୍ଷକୁ ଗଣେଷ ଭାବେ ସଜାଇ ପୂଜା କରିଛନ୍ତି lଏଥିରେ କୌଣସି ଭାବେ ପ୍ରକୃତିକୁ ଦୂଷିତ ହେଲାଭଳି ଉପାଦାନ ବ୍ୟବହାର ହୋଇ ନାହିଁ l ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ କହିବା ଅନୁସାରେ ପୂର୍ବଜ ମାନେ ପ୍ରକୃତି ଯଥା ବୃକ୍ଷ, ମାଟି,ଆକାଶ,ନଦୀ ଓ ସମୁଦ୍ରକୁ ଦେବତା ଭାବେ ପୂଜା କରୁଥିଲେ ଧୀରେ ଧୀରେ ଆମେ ପ୍ରକୃତି ଉପାସନାରୁ ଦୁରେଇ ରାସାୟନିକ ରଙ୍ଗବୋଳା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ପୂଜା କଲେ ଯାହାର ବିସର୍ଜନ ଦ୍ୱାରା ପୋଖରୀ, ନଦୀ,ସମୁଦ୍ର ଓ ମୂର୍ତ୍ତିକା ପ୍ରଦୂଷିତ ହେବାରେ ଲାଗିଛି l ଏଭଳି ବୃକ୍ଷରୂପୀ ଗଣେଷ ପୂଜା ମାଧ୍ୟମରେ ଆମେ ପ୍ରକୃତିକୁ ବଞ୍ଚାଇବା ସହ ବୃକ୍ଷର ସୁରକ୍ଷା ମଧ୍ୟ କରିପାରିବା l ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ବିଜେନ୍ଦ୍ର ମାଝୀ,ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ରାକେଶ ବିଶୋଇ,ବନମାଳୀ ପ୍ରଧାନ,ଧର୍ମରାଜ ପାତ୍ର,ପୁରୁଷୋତ୍ତମ ସ୍ୱାଇଁ, ରଞ୍ଜନ ବେହେରା,ରବୀନ୍ଦ୍ର ସାହାଣୀ,ପି.ବିନୋଦ,ଜିତେନ୍ଦ୍ର ପଣ୍ଡା,ସରୋଜ ପାତ୍ର,ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l