ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସଚେତନତା ସମାରୋହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଗତ ତା ୨୩ ଠାରୁ ୨୫ ତାରିଖ ମଧ୍ୟରେ ବିଭିନ୍ନ ପ୍ରାନ୍ତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଲକ୍ଷ୍ୟ ସାଧନ ଓ ସଫଳତା ସମ୍ପର୍କିତ ସଚେତନତା ଅଭିଯାନ ସମ୍ପନ୍ନ କରାଯାଇଛି। ଏହି କ୍ରମରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ପ୍ରାୟୋଜିତ ସଚେତନତା ସମାରୋହ ହାଟଡ଼ିହି ବ୍ଲକର ଏକ ରାସ୍ତା ରାଜ୍ୟ ରାଜପଥ ୫୩ନଂ ଠାରୁ ହଦଗଡ଼ ପ୍ୟାକେଜ ନଂ ଓଆର-୧୭-୫୦୮ ର ମୁଖ୍ୟରାସ୍ତା ଠାରୁ ୩.୭୫ କି.ମି ଦୂରରେ ଅବସ୍ଥିତ ମାଆ ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ପ୍ରତିନିଧି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣାକର ନନ୍ଦ, କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀ, ବିଭାଗୀୟ କର୍ମକର୍ତ୍ତା ସଦାଶିବ ପେରେଇ ପ୍ରମୁଖ ଯୋଗ ଦେଇଥିଲେ ଗ୍ରାମବାସୀଙ୍କ ଉପସ୍ଥିତିରେ ଯନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦ୍ୱାରା ସାଧିତ ହୋଇଥିବା ଲକ୍ଷ୍ୟ ଏବଂ ଆଗକୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ବୁଝାଇ କହିଥିଲେ। ଏହି ଯୋଜନାରେ ସମ୍ପାଦିତ ହୋଇଥିବା ଉକ୍ତ ରାସ୍ତାର ସଫଳତା ସମ୍ପର୍କରେ ଗ୍ରାମବାସୀମାନେ ସେମାନଙ୍କର ଅନୁଭୂତି ସହ ନିଜ ନିଜର ଅନ୍ୟାନ୍ୟ ମତପ୍ରକାଶ କରିଥିଲେ। ଉକ୍ତ ରାସ୍ତାଟି ୬.୨୬କି.ମି ରାସ୍ତା ଦ୍ୱାରା ୪ଗୋଟି ଗ୍ରାମ ଯଥା, ଠୁଣିଗାଁ, ସୁନ୍ଦରାପାଳ, ପୋଡ଼ାସିଙ୍ଗିଡ଼ି ଓ ରଙ୍ଗମାଟିଆ ଗ୍ରାମର ସବୁଦିନିଆ ରାସ୍ତାରେ ପ୍ରତ୍ୟେକ୍ଷ ଭାବେ ସଂଯୋଗୀକୃତ ହୋଇଥିବାରୁ ଅଞ୍ଚଳବାସୀ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକଶିତ ହୋଇପାରିଛନ୍ତି। ଏବଂ ବିଶେଷ ଭାବେ ମାଆ ଗଡ଼ଚଣ୍ଡୀ ମନ୍ଦିରକୁ ପର୍ଯ୍ୟଟକ ମାନଙ୍କର ଗମନାଗମନ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ