ପ୍ରବାସୀ ଚିନ୍ତନ

ପ୍ରବାସରେ ଛବି
ଝଟକି ଉଠଇ
ମାନସ ପଟରେ ମୋର,
ଶୈଶବ କୈଶୋର
ଯୁବା ବୟସର
ନାହିଁ ତାର ପଟ୍ଟାନ୍ତର ।

ପ୍ରତିଟି ଛବିର
ମଧୂମୟ ଛନ୍ଦ
ମୋ ମନରେ ନାଚିଉଠେ,
ଏନ୍ତୁଡିଶାଳର
ଫଗୁ ଫଗୁଣର
ସ୍ମୃତି ସୂର୍ଯ୍ୟୋଦୟ ଘଟେ ।

ବେଳ ସାଥେ ଖେଳ
ସରି ସରି ଗଲା
ପ୍ରବାସେ ଆସିଲି ଚାଲି,
ଜୀବନ ଜୀବିକା
ଗୃହସ୍ଥ ମେଳରେ
ଅତୀତ ନପାରେ ଭୁଲି ।

ଅତୀତ ନଫେରୁ
ସ୍ମୃତି ସ୍ବପ୍ନ ହୋଇ
ଚେତନାକୁ ଛୁଇଁଯାଏ,
ଅଫେରା ରାଇଜେ
ବୁଲିବା ସରିନି
ନିଦ ଚୋରି ହୋଇଯାଏ ।

ଚେତନା ଚାହୁଁଛି
ପୂରୁବ ଗୌରବ
ସାଥେ ହେବା ପାଇଁ ଭେଟ,
ଏନ୍ତୁଡିର ନିଆଁ
ଲିଭି ଯାଇଅଛି
ଜୁଇ ସହ ହେଉ ଭେଟ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ