ପ୍ରବାସୀ ଭାରତୀୟ ଦିବସ ପାଳନ କଲେ ସୀମାନ୍ତ ମହାବିଦ୍ୟାଳୟ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଆନୁକୁଲ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ଶୋଭାଯାତ୍ରା କୁ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଉଦ୍ଘାଟନ କରିଥିଲେ ।ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରା ରେ ବାହାରି ବମ୍ୱେ ଛକ ବଜାର ପରିକ୍ରମା କରିବା ସହିତ ସ୍ଲୋଗାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।ଅପରାହ୍ନରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାରଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡଃ ଅଶୋକ କୁମାର ଶର୍ମା,ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ,ଡଃ ପ୍ରବୀର କୁମାର ପଟ୍ଟନାୟକ,ଶ୍ରୀଯୁକ୍ତ ଅନିଲ କୁମାର ଝା,ଅଧ୍ୟାପିକା ଜୟନ୍ତୀ ସିଂ ପ୍ରମୁଖ ମଞ୍ଚାସିନ ଥିଲେ।ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ପ୍ରବାସୀ ଭାରତୀୟ ଦିବସ ପାଳନର ପଛରେ ଥିବା ଇତିହାସ ସମ୍ପର୍କରେ ପିଲା ମାନଙ୍କୁ ଅବଗତ କରାଇଥିଲେ।ଜାତିର ପିତା ମାହାତ୍ମା ଗାନ୍ଧୀଙ୍କର ବିଦେଶରେ ପାଠପଢି ଫେରିବା ଓ ତାଙ୍କୁ ପ୍ରବାସୀ ଭାବେ ଆକ୍ଷେପ ,ଟ୍ରେନ ରୁ ଠେଲି ଦେବା ଇତ୍ୟାଦି ରୋଚକ କାହାଣୀ ସହିତ ପୂର୍ବତନ ପ୍ରଧାନ ମନ୍ତ୍ରୀ ମାନ୍ୟବର ଅଟଳ ବିହାରୀ ବାଜପେୟୀ ଙ୍କ ଦ୍ଵାରା ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ୨୦୦୩ ମସିହା ଜାନୁୟାରୀ ୯ତାରିଖକୁ ପ୍ରବାସୀ ଭାରତୀୟ ଦିବସ ରୂପେ ପାଳନ କରିବା କଥା ପ୍ରକାଶ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରାଧ୍ୟାପକ ଅନିଲ କୁମାର ଝା ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଅଧ୍ୟାପିକା ଜୟନ୍ତୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ