ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ସାମ୍ୱାଦିକ ସମ୍ମିଳନୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ବଳିଷ୍ଠ ନେତୃତ୍ୱ ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଧବାର ଠାରୁ ଶୁକ୍ରବାର ତିନି ଦିନ ଧରି ରାଜ୍ୟରେ ମହା ସମାରୋହରେ ପାଳିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଦେଶ ବିଦେଶରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ, କଳା, ସ୍ଥାପତ୍ୟ ଓ ଐତିହ୍ୟକୁ ବିଶ୍ଵ ଦରବାରରେ ପ୍ରଚାର ଓ ପ୍ରସାର କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରଯାଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଜେପି ପକ୍ଷରୁ ବୁଧବାର ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ଗଞ୍ଜାମର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ କୁମାର ନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଘୁମୁସର ସାଙ୍ଗଠନିକ ଜିଲ୍ଲା, ଗଞ୍ଜାମର ଉପ ସଭାପତି ମାଧବ ଗୌଡ଼, ବିଜେପି ନଗର ମଣ୍ଡଳ ପୂର୍ବତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଓ ବିଜେପି ନଗର ମଣ୍ଡକର ନବ ନିର୍ବାଚିତ ସଭାପତି ହିମାଂଶୁ ଶେଖର ସାବତ ପ୍ରମୁଖ ମଞ୍ଚସୀନ ଥିଲେ। ଏହି ଅବସରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଗଞ୍ଜାମର କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱାଇଁ ଓଡିଶାର ସାମଗ୍ରିକ ବିକାଶ ଓ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଫୋକସ୍ ରହିଛି। ଗରିବ, ଯୁବକ, କୃଷକ ଓ ମହିଳା ସଶକ୍ତିକରଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପୋଲିସ୍ ମହା ନିର୍ଦ୍ଦେଶକ ସମ୍ମିଳନୀ, ପୁରୀରେ ନୌସେନା ଦିବସ ଓ ସମ୍ପ୍ରତି ନୂଆଁ ସରକାର, ନୂଆଁ ବର୍ଷରେ ପ୍ରଥମ ଥର ପାଇଁ ତିନି ଦିନ ଧରି ଭୁବନେଶ୍ୱରରେ ପାଳିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏହି ଅବସରରେ ଓଡିଶାର ପର୍ଯ୍ୟଟନ,ଐତିହ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଖାଦ୍ୟ ଓ ପରମ୍ପରାକୁ ବ୍ୟାପକ କରିବାର ସୁଯୋଗ ଆସିଛି। ଏହା ଦ୍ବାରା ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇବା ସହ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଲକ୍ଷ୍ୟ ରହିଛି। ଏହି ସମାରୋହକୁ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଦେଶ ବିଦେଶରୁ ଅନେକ ମାନ୍ୟଗଣ୍ୟ ଅତିଥି ଓଡ଼ିଶାକୁ ଆସିବେ। ଏଣୁ ଏହାକୁ ଅଧିକ ସଫଳ ରୂପାୟନ ପାଇଁ ଜିଲ୍ଲା ସଦର ମହକୁମା, ଡ଼ାକ୍ତର ଖାନା ଓ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, କୋର୍ଟ ପରିସର ଓ ସାଧାରଣ ସ୍ଥାନ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଫୋଟ –