ପ୍ରଭାକର ଗ୍ରାମର ପୁରୁଷ ଓ ମହିଳାଙ୍କୁ ନୁଆଁ ବସ୍ତ୍ର ଟଙ୍କା ବାଣ୍ଟି ଦଶହରା ପାଳିଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରଭାକର ଗାଁ ର ତିନିଶହ ରୁ ଉର୍ଦ୍ଧ ପୁରୁଷ ମହିଳା ବରିଷ୍ଠ ନାଗରିକ ଅସହାୟ ବିଧବା ମହିଳା ଙ୍କୁ ଦଶହରା ପର୍ବ ଅବସରରେ ନୂଆଁ ବସ୍ତ୍ର ଟଙ୍କା ବଣ୍ଟନ କରି ଖୁସି ଅନୁଭବ କରିଛନ୍ତି l ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଓ ଦୁର୍ଗାଦେବୀ ଙ୍କ ନିକଟ ରେ ମାନସିକ ରଖିଥିଲେ l ମାଆ ଙ୍କ ଅପାର କରୁଣା ରୁ ପରିବାର ବର୍ଗ ଆର୍ଥିକ ସ୍ୱଚ୍ଛଳ ହେଲେ l ରୋଗ କ୍ଳେଶ ଦୁଃଖ ଦୂର ହେବା କଥା କହିଛନ୍ତି ପ୍ରଭାକର l ମାଆ ଙ୍କୁ ବିଶ୍ୱାସ କରି ଘରେ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା ହୋମଯଜ୍ଞ ଆୟୋଜନ କରିବା ସହିତ ଗାଁ ଲୋକ ଙ୍କୁ ବସ୍ତ୍ର ବଣ୍ଟନ କରୁଛନ୍ତି l ପ୍ରଭାକର ଙ୍କ ଏହି ମହାନତା କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ