ପ୍ରିନ୍ସ କଲେଜରେ ବାର୍ଷିକ କ୍ରୀଡ଼ା ମହୋତ୍ସବ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରିନ୍ସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବାରିପଦାର ବାର୍ଷିକ କ୍ରୀଡା ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି. ପ୍ରିନ୍ସ କଲେଜର ଅଧ୍ୟକ୍ଷା ସ୍ବାଧୀନତା କର ଏବଂ ଉପାଧ୍ୟକ୍ଷ ଦେବବ୍ରତ ଜର୍ଜ ଏହି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ. ପ୍ରାରମ୍ଭରେ ଉପାଧ୍ୟକ୍ଷ ଡି. ଜର୍ଜ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳା ଶପଥ ଗ୍ରହଣ କରାଇ ମଶାଲ ପ୍ରଜ୍ବଳନ ପୂର୍ବକ ଏହି କ୍ରୀଡ଼ା ମହୋତ୍ସବ ଆରମ୍ଭ କରିଥିଲେ. କ୍ରିକେଟ, ଭଲି, ବ୍ୟାଡମିଣ୍ଟନ, ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ସଟପୁଟ ପରି କୋଡ଼ିଏରୁ ଅଧିକ ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ. ଏହି କ୍ରୀଡ଼ା ମହୋତ୍ସବକୁ ବରିଷ୍ଠ ଅଧ୍ୟାପକ ପରମେଶ୍ଵର ଦେଙ୍କ ତତ୍ୱାବଧାନରେ ଏମନ ନାଜ, ସୁଲଗ୍ନା ପଣ୍ଡା, ଶୁଭଲକ୍ଷ୍ମୀ ମହାପାତ୍ର, ଭାଗ୍ୟଶ୍ରୀ କରମାକର, ପ୍ରିୟବ୍ରତ ପାତ୍ର, ବି.ବି. ନନ୍ଦି, ବିରଞ୍ଚି ମଲ୍ଲିକ, ବିଶ୍ବଜିତ ରାଉତ, ଗୋପିନାଥ ବିଶ୍ବାଳ, ହିମାଂଶୁ ଗୁପ୍ତା, ଦିଲ୍ଲିପ ମହାନ୍ତି, ପ୍ରଶାନ୍ତ ଦତ୍ତ, ସୁରଜିତ ଦାସ,
ରେଣୁବାଲା ସାହୁ ,ଦିନେଶ ବେହେରା, ଲକ୍ଷେହୀରା ସେଠୀ, ଉର୍ମିଳା ଭୋଇ ପ୍ରମୁଖ ପରିଚାଳନା କରିଥିଲେ. ଏହି ଅବସରରେ ପ୍ରିନ୍ସ କଲେଜର ଛାତ୍ର ଅଭିଷେକ ଧଡାଙ୍କୁ, ୨୦୨୪ ମସିହାରେ ଓଡିଶାର ଉଚ୍ଚମାଧ୍ଯମିକ ବୋର୍ଡ଼ରେ
+୨ ବିଜ୍ଞାନ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଟପ୍ପର ହୋଇଥିବାରୁ ପ୍ରିନ୍ସ ଗ୍ରୁପର ନିର୍ଦ୍ଦେର୍ଶକ
କାର୍ତ୍ତିକ ଚନ୍ଦ୍ର ସ୍ବାଇଁ ସମ୍ମାନିତ କରିବା ସହିତ ତାଙ୍କର ଉଚ୍ଚଶିକ୍ଷା ନିମନ୍ତେ ୧ଲକ୍ଷ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିବା ସହିତ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା.