ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ମଶାଲ ଶୋଭାଯାତ୍ରା
ସମ୍ବଲପୁର, (ଲିପନ ନାଏକ):ପ୍ରୋଗ୍ରେଶିବ ସମ୍ବଲପୁର ଓ ସ୍ଵାଧୀନତା ସଂଗ୍ରାମୀ ସ୍ମୃତି କମିଟି ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଜେଲଖାନା ଛକ ଠାରେ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।ପ୍ରୋଗ୍ରେସିବ ସମ୍ବଲପୁର ଓ ସ୍ଵାଧୀନତା ସଂଗ୍ରାମୀ ସ୍ମୃତି କମିଟି ର ନେତୃତ୍ୱ ରେ ଆଜି ସମ୍ବଲପୁର ସହରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଶ୍ରମିକ ସଂଗଠନ, ଚାଷୀ ସଂଗଠନ ଯୁବ ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଶତାଧିକ ମଶାଲ ନେଇ ଜେଲ ଛକ ପରିକ୍ରମା କରି ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସୁବାଷ ବୋଷ ଓ ସୁରେନ୍ଦ୍ର ସାଏ ଙ୍କ ସ୍ମୃତି ଚାରଣ କରାଯାଇଥିଲା ଆବାହକ ସଂଜିତ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମଶାଲ ଶୋଭାଯାତ୍ରାରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ପୂର୍ବତନ ସାଂସଦ ଭବାନୀ ହୋତା, ପୁର୍ବତନ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ଅଧ୍ୟକ୍ଷ ବିଜୟ ମହାନ୍ତି, ରାଜକିଶୋର ଦାସ, ଶ୍ରମିକ ନେତା ଗୋକୁଳ ମେହେର, ଚାଷୀ ନେତା ସରୋଜ ମହାନ୍ତି, ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ, ଭକ୍ତ ପ୍ରସାଦ ନନ୍ଦ, ଛାତ୍ରନେତା ମିଳନ ହୋତା, ଚୁମନ ପ୍ରଧାନ, ନିଖିଳ ବାବୁ ଫଣିନ୍ଦ୍ର ପଣ୍ଡା, ଭୂପେନ୍ଦ୍ର ନାୟକ, ପର୍ବେଜ ଅଲ୍ଲୀ, ବାଲ୍ମୀକି ପ୍ରଧାନ, ତ୍ରିନାଥ ରଂବିଡା, ମନୋଜ ମହାପାତ୍ର, ମହେଶ ସତ୍ୟ,ପ୍ରବୀଣ ବେହେରା,ସଂଜୀବ ମିଶ୍ର, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ହେମନ୍ତ ଗରଡିଆ, ମୋହମ୍ମ ଜାଫର, ପ୍ରଶାନ୍ତବ ଥାପା, ସତ୍ୟନ ଦାସ, ଦୁଲାଲ ରୟ, ମୋହମ୍ମଦ ସନୱାଳା, ମମତା ପଣ୍ଡା, ତର୍ପଣ ପ୍ରଧାନ, ରାମଶିଷ ତ୍ରିପାଠୀ, ଅଲେଖିକା ପାଣି, ନିଶିକାନ୍ତ ବିଶ୍ୱାଳ, ଚାଷୀ ନେତା ଦେବେନ୍ଦ୍ର ପ୍ରଧାନ ବ୍ୟୋମକେଶ ଠାକୁର, ଦୋଳ ଗୋବିନ୍ଦ ନାୟକ, କାଶୀ ବିଶ୍ଵନାଥ, ତରଣି ସେନ ଭୋଇ, ଚନ୍ଦନ ବାବୁ, ମଞ୍ଜୁ ଓରାମ, ଉତ୍ତମ ବାଗ, ମହେଶ ଗରଡିଆ, ଚିତ୍ତ ରାଉଳ, ଧୀରେନ୍ଦ୍ର ଦେବତା, କୈଳାସ ପ୍ରଧାନ, ମୋହିତ ଦାସ, ବିଷ୍ଣୁ ମହାନ୍ତି, ଅର୍ୟନ୍ ବେହେରା, ଶ୍ରୀନିବାସ ଖମାରି, ଆଦିତ୍ୟ ପ୍ରଧାନ, ଧୀରଜ ଯାଦବ, ଅର୍ପଣ ଦାଶନାୟକ, ତନୁଶ୍ରୀ ଦାସ, ସୁଧାମୟୀ ବାଗ, ତନ୍ମୟ ବାରିକ, ଶୁଭମ ସାହୁ, ପ୍ରଭାତ ସାହୁ, ପିୟୁଷ ଦାସ, ପ୍ରିତିଶ ତ୍ରିପାଠୀ, ହରିଶ ସାହୁ, କିରନ ପ୍ରଧାନ, ସପନ ହୋତା, , ସଞ୍ଜୟ ଓରାମ ସମେତ ଶତାଧିକ ମଶାଲ ଶୋଭାଯାତ୍ରା ରେ ଉପସ୍ଥିତ ରହିଥିଲେ ।