ଫୋଟଗ୍ରାଫି ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଫଟୋଗ୍ରାଫି ମହାସଂଘ ଏବଂ ମୟୁରଭଞ୍ଜ ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି ଏସୋସିଏସନ
ଆନୁକୁଲ୍ୟରେ ଆୟୋଜିତ ବିଶ୍ଵ ବିଖ୍ୟାତ ଫୁଜି କମ୍ପାନୀ ତରଫରୁ ଏକ ଫୋଟଗ୍ରାଫି କର୍ମଶାଳା ବାରିପଦା ଷ୍ଟାଡିୟମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି. ଏହି କର୍ମଶାଳାରେ ମୟୁରଭଞ୍ଜ ଜିଲ୍ଲାରୁ ଶତାଧିକ କ୍ୟାମେରା ମ୍ୟାନ ଯୋଗ ଦେଇ, ପ୍ରଶିକ୍ଷଣ ନେଇଥିଲେ. ଓଡିଶା ଫଟୋଗ୍ରାଫାର ମହାସଂଘ ତରଫରୁ ସୁଶାନ୍ତ ମହାନ୍ତି, ଚିତ୍ତରଞ୍ଜନ ପାତ୍ର, ସେକ୍ ସୟଦ ଜାଭେଦ୍ ଅହମଦ, ଫୁଜି କମ୍ପାନୀର ସତ୍ୟାନତନ ଦାସ, ସତ୍ୟନାରାୟଣ ମହାନ୍ତି, ସମରଜିତ ସାହା, ମୟୁରଭଞ୍ଜ ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି ଏସୋସିଏସନ ତରଫରୁ ସଂଜୀବ କୁମାର ଦ୍ଵିବେଦୀ, ଭବାନୀ ଶଙ୍କର ରାମ, ଜାନି ଜାନକୀ ରାମ ଯୋଗ ପ୍ରମୁଖ ଦେଇଥିବା ବେଳେ, ଫୁଜି କମ୍ପାନୀର ରିସୋର୍ସ
ପର୍ସନ ଅନୁପ ଗୁହା ପ୍ରଶିକ୍ଷଣ ଦେଇଥିଲେ.