ବଇଦ ଦେଖା

କାଳିଆ ବଇଦ
ଯାହା ଦେଇଥିଲେ
ସେବନ କରୁଛି ନିତି,
ଜପ ତପ ସେବା
ଯାହା କହିଥିଲେ
ସାଧୁଛି ମୁଁ ଦିନରାତି ।

ମନରେ ମୋହର
ଅସ୍ଥିରତା ନାହିଁ
ଦେହ ଲାଗିଲାଣି ସୁସ୍ଥ,
ତୁଳସୀ ନିର୍ମାଲ୍ଯ
ସରି ଆସିଲାଣି
ଦୁଇଦିନ ଯିବ ମାତ୍ର ।

ଲେଖି ଦେଇଥିଲେ
ଦେଖା କରିବାକୁ
ସରିବା ଆଗରୁ ଥରେ,
ନଆସି ପାରିଲେ
ଜପି ଚାଲିଥିବୁ
ଜୟ ଜଗଦୀଶ ହରେ ।

ଏଭଳି ଓଷଦ
ଆଉ କିଏ ଦେବ
ଖାଇବା ଜପିବା ପାଇଁ,
ଗୋଟେ ସରିଯିବ
ଗୋଟେ ନ’ସରିବ
ଯୁଗ ଯୁଗ ଜପ ତୁହି ।

ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଜପୁଛି ମୁଁ ଜପୁଥିବି,
ଅଭାବରେ ପଡି
ଯାଇ ନପାରିଲେ
ଭାବ ଭକ୍ତିରେ ବାନ୍ଧିବି ।

ଗଦାଧର ସାହୁ,କଙ୍କଡ଼ାଦ୍ଵୀପ,
ବ୍ରହ୍ମଗିରି, ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ