ବଟେଶ୍ୱର ମନ୍ଦିରର ଉର୍ନ୍ନତି ପାଇଁ ଛଅଲକ୍ଷ ଅନୁଦାନ ଦେଲେ ବିଧାୟକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ମନ୍ଦିରର ଉର୍ନ୍ନତି ପାଇଁ ବିଧାୟକ,କୃଷ୍ଣଚନ୍ଦ୍ର ନାୟକ ନିଜସ୍ୱ ବିଧାୟକ ପାଣ୍ଠିରୁ ଛଅ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି l ଯାହାକୁ ନେଇ ବଟେଶ୍ୱର ପରିଚଳନା କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଆଜି ବଟେଶ୍ୱର ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟି ସଭାପତି ପିତାମ୍ବର ସ୍ୱାଇଁଙ୍କ ସଭାପତିତ୍ବରେ ବିଧାୟକ ନାୟକଙ୍କୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଧାୟକ ନାୟକ ଆପଣମାନଙ୍କ ପାଇଁ ମୁଁ ବିଧାୟକ ନିର୍ବାଚିତ ହୋଇପାରିଛି l ସେଥିପାଇଁ ଆପଣଙ୍କ ଠାରେ କୃତଜ୍ଞ l ଏହି ମନ୍ଦିରର ଉର୍ନ୍ନତି ପାଇଁ ନିଜସ୍ୱ ପାଣ୍ଠିରୁ ଛଅ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ l ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି କହିଥିଲେ l.ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟି ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ପ୍ରଧାନ, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ମନ୍ଦିର କମିଟିର ଶିବାଜୀ ସ୍ୱାଇଁ,, ବିରେନ ପ୍ରଧାନ, ଶିବରାମ ପଲେଇ, ରଞ୍ଜନ ପ୍ରଧାନ, ଏବଂ ବିଜେପି ଯୁବ ନେତା ବାପି ଦାସ, ସଞ୍ଜୟ ସ୍ୱାଇଁ, ସୁଶାନ୍ତ ପ୍ରଧାନ, ନିରାକାର ସାହୁ, ପ୍ରମୁଖ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅଞ୍ଚଳ ବାସି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ