ବଡରମ୍ପାସ ରେ ରାଧାକୃଷ୍ଣ ପୂଜା ପାଇଁ ମାଟି ଅନୁକୂଳ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମର ଦକ୍ଷିଣସାହି ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି। ପୂଜାର୍ଚ୍ଚନା କରିବା ସହ ଭଜନ କୀର୍ତନ ମଧ୍ୟରେ ରାଧାକୃଷ୍ଣ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡା, ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ଜଗମୋହନ ସାହୁ କର୍ତ୍ତାଭାବେ ସଂକଳ୍ପରେ ବସିଥିଲେ। ନାମ ସଙ୍କୀର୍ତ୍ତନ, ଘଣ୍ଟ ଓ ହୁଳହୁଳି ଦିଆଯାଇ ମାଟି ସଂଗ୍ରହ କରାଯାଇଛି। ଚଳିତ ବର୍ଷ ବହୁ ଧୁମ୍ଧାମରେ ରାଧାକୃଷ୍ଣଙ୍କ ପୂଜା ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। କମିଟି ସଦସ୍ୟ ଶ୍ରୀଧର ସାହୁ, ପାର୍ଥ ସୌରଭ ସା, ଜନ୍ମେଜୟ ବେହେରା, ସୌମ୍ୟରଞ୍ଜନ ସାହୁ, , ଆଲୋକ ମଣ୍ଡଳ, ଚୈତନ୍ୟ ଜେନା, ଶ୍ରୀକାନ୍ତ ସାହୁ,ସତ୍ୟଜିତ ବେହେରା, ନଗେନ୍ଦ୍ର ପାତ୍ର, ରାଜୀବ ଲୋଚନ ସାହୁ, ଅନିଲି ସା, ରଙ୍ଗାଧର ଦାସ, ଟୁକୁ ସାହୁ, ମନୋରଞ୍ଜନ ଓଝା, ନିରଞ୍ଜନ ସାହୁ, ଓମ୍ ପ୍ରକାଶ ନାୟକ, ସୁବାଷ ସାହୁ ପ୍ରମୁଖ ଏହି ମାଟି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।