ବଡ଼ଭାଇ କୁ ବିଷ ଦେଇ ମାରିଦେଲା ସାନଭାଇ

ହାଟଡିହି, (ବିକାଶ ବିଶ୍ୱାଳ):ବଡ଼ ଭାଇ କୁ ବିଷ ଦେଇ ଦେଇ ମାରିଦେଲା ସାନ ଭାଇ। ଅଡିଓ ଭାଇରାଲ ପରେ ସତ ଆସିଲା ସାମ୍ନା କୁ। ସେଦିନ ଥିଲା ସେପ୍ଟେମ୍ବର ମାସ ର ୪ ତାରିଖ। ହଠାତ ରାତିରେ ବଡ଼ ପୁଅ ଦେବବ୍ରତ ଙ୍କ ଫୋନ୍ ଆସିଲା ବାପା ପ୍ରଦୀପ ଦାସ ଙ୍କ ପାଖକୁ ଯେ ବାପା ସତ୍ୟବ୍ରତ ଓରଫ ଚଗୁଲୁ ମତେ ମାରିଦେବା କୁ ଚାହୁଁଛି। ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ ପଳାଇଛି। ମତେ ଏଇ ନିକଟର କିଛି ଲୋକ ଉଦ୍ଧାର କରି ମେଡିକାଲ ନଉଛନ୍ତି ତୁମେ ଆସ। ଏକଥା ଶୁଣି ଆନନ୍ଦପୁର ଉପଖଣ୍ଡ ଶାଳପଡା ଗୁଣ୍ଡିଚା କଲୋନୀରେ ରହୁଥିବା ବାପା ପ୍ରଦୀପ ମେଡିକାଲ ଧାଇଁ ଆସିଥିଲେ। ମେଡିକାଲରେ ଦେଖିଥିଲେ ପୁଅ ଦେବବ୍ରତର ଅବସ୍ଥା ଗୁରୁତର। ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଶାଳପଡା ଗୁଣ୍ଡିଚା କଲୋନୀର ପ୍ରଦୀପ ଦାସଙ୍କର ୩ ପୁଅ ଓ ଗୋଟିଏ ଝିଅ କୁ ନେଇ ପରିବାର। ବଡପୁଅ ଦେବବ୍ରତ ଘସିପୁରା ଥାନା ଇନ୍ଦୁପୁରା ନିକଟରେ ଏକ ଦେଶୀ କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ। ଫାର୍ମରେ ସାନ ଭାଇ ସତ୍ୟବ୍ରତ କୁ ମଧ୍ୟ ରଖାଇଥିଲେ। ତେବେ ସାନଭାଇ କୌଣସି କାରଣକୁ ନେଇ ଦେବବ୍ରତ ର ଖାଦ୍ୟ ରେ ସ୍ଲୋ ପଏଜନ ଦେବାକୁ ଲାଗିଲା। ଧୀରେ ଧୀରେ ଦେବବ୍ରତଙ୍କ ଦେହ ଖରାପ ହୁଏ ହେଲେ ସେ ଡାକ୍ତର ଦେଖାଇ ମେଡ଼ିସିନ ଖାଇ ରହିଯାନ୍ତି ହେଲେ ସମୟ ଏମିତି ଆସିଲା ଯେ ବଡ଼ ଭାଇକୁ ମରିବାକୁ ଫାର୍ମରେ ଥିବା କେମିକାଲକୁ ଢାଳି ଘରେ ତାଲା ଦେଇ ସାନଭାଇ ଫେରାର ହୋଇଗଲା। ଦେବବ୍ରତର ସାଙ୍ଗ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ତାନାନ୍ତର ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା। ଶେଷରେ ଅକ୍ଟୋବର ୩ ତାରିଖ ତାଙ୍କର ମୃତ୍ୟୁ ହୋଇଗଲା। ହେଲେ ମୃତ୍ୟୁ ପୂର୍ବରୁ ମେଡିକାଲରେ ସେ ସାନଭାଇ ସହିତ ହୋଇଥିବା କଥାବାର୍ତ୍ତାର ଭଏସ ରେକର୍ଡ ଏବେ ମୋବାଇଲ ରୁ ମୋବାଇଲ ଭାଇରଲ ହେବାକୁ ଲାଗିଛି। ସେହିଦିନ ଠାରୁ ସତ୍ୟବ୍ରତ ଫେରାର ଥିବା ବେଳେ ପରିବାର ଏବେ ଦୁଶ୍ଚିନ୍ତା ରେ । ଏତେବଡ ଘଟଣା ରେ କାହିଁକି ପୋଲିସ କେସ କରାଯାଇନି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ