ବଡ଼ରମ୍ପାସରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ଼ରମ୍ପାସ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ଶିବିରରେ ମୋଟ ୪୨୬ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ମୋଟ ୩୬୦ ଜଣଙ୍କୁ କାଉନସିଲିଂ କରାଯାଇଥିଲା। ଏହି ଶିବିରରେ କେନ୍ଦୁଝର ଡାକ୍ତରଖାନାରୁ ଆସିଥିବା ଡ଼ାକ୍ତର ତନ୍ମୟ ମଲ୍ଲିକ, ଡାକ୍ତର ସୌମ୍ୟ ରଞ୍ଜନ ପଣ୍ଡା, ଡାକ୍ତର ସୁଶାନ୍ତ କୁମାର ମାଝୀ, ଡାକ୍ତର ସଞ୍ଜୟ କୁମାର ବେହେରା, ମାନସ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ। ନାଶା, ଗଳା,କର୍ଣ୍ଣ, ବିଭାଗ ପକ୍ଷରୁ ୯୮ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ଅସ୍ଥିସଲ୍ୟ ବିଭାଗରେ ୧୮୬ଜଣ, ଚକ୍ଷୁ ବିଭାଗରେ ୭୩ଜଣ, , ମାନସିକ ଅନଗ୍ରସର ରେ ୬୪ଜଣ, ସାମୁହିକ ଭିନ୍ନକ୍ଷମରେ ୫ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରମାଣପତ୍ର ଦେବାପାଇଁ ସୁପାରିଶ କରାଯାଇ ଥିଲା। ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ ସାମନ୍ତରାୟ, ଉପଖଣ୍ଡ ସୀମାଜିକ ସୁରୁକ୍ଷା ଅଧିକାରୀ ପ୍ରତିମା ଦଣ୍ଡପାଟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତି ଶ୍ରୀ ସିଂ, ଏସ.ପ୍ରତିକ ଆନନ୍ଦ, ରାଜେଶ ସାହୁ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ଓ ବଡ଼ରମ୍ପାସ ପଞ୍ଚାୟତର ସରପଞ୍ଚ ଓ ସ୍ଵେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।