ବଡ଼ସାହି ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ଥାନାରେ କିଛି ଦିନ ଧରି ଖାଲି ଥିବା ଆଇଆଇସି ପଦବୀରେ ଆଜି ସ୍ଵର୍ଣ୍ଣଲତା ମିଞ୍ଜ ଯୋଗ ଦେଇଛନ୍ତି।ପୂର୍ବରୁ ଅବସ୍ଥାପିତ ଅଧିକାରୀ ଉମାଶଙ୍କର ନାୟକଙ୍କ ଭଦ୍ରଖ ଜିଲ୍ଲାକୁ ବଦଳି ହୋଇଥିବାରୁ ଏହା ଖାଲି ପଡ଼ିଥିଲା।ନୂତନ ଆଇଆଇସି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାଲେଶ୍ଵର ଜିଲ୍ଲାକୁ ଯାଇଥିବା ବେଳେ ପୁଣି ମୟୂରଭଞ୍ଜ ଜିଲ୍ଲା କୁ ଫେରିଛନ୍ତି।ସେ ଦକ୍ଷତାର ସହିତ ପୂର୍ବରୁ ବିଭିନ୍ନ ଥାନାରେ ଅଧିକାରୀ ଭାବେ ଅଧିଷ୍ଠିତ ରହି କାର୍ଯ୍ୟ ନିର୍ବାହ କରିଛନ୍ତି।ବଡ଼ସାହି ଥାନାକୁ ମଧ୍ୟ ଶୃଙ୍ଖଳାର ସହିତ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶାବ୍ୟକ୍ତ କରାଯାଉଛି।ସେହିପରି ବେତନଟୀ ଏସଡିପିଓ ଭାବେ ମିନତୀ ବିଶ୍ଵାଳ ଯୋଗଦେଇଥିବା ନେଇ ସାଧାରଣରେ ଉଚିତ୍ ନ୍ୟାୟ ମିଳିବ ବୋଲି ବେଶ ଚର୍ଚ୍ଚା ହେଉଥିବା ଦେଖାଯାଉଛି।ଉଭୟ ଅଧିକାରୀ ଦକ୍ଷ ମହିଳା ଅଫିସରଙ୍କୁ ବଡ଼ସାହି ପ୍ରେସ କ୍ଳବ୍ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।