ବଣିଆପାଟ ଶିଶୁବିଦ୍ୟାମନ୍ଦିରର ୨୭ତମ ବାର୍ଷିକ ଉତ୍ସବ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କଲେଜ ରୋଡସ୍ଥ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳ ସମିତିର ସଭାପତି ଅବସରପ୍ରାପ୍ତ ପ୍ରଧାପକ ଡଃ ଅନିଲ କୁମାର ଦାସଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲାବେଳେ ଧରଣୀଧର ବିଶ୍ଵବିଦ୍ୟାଳୟର କୁଳସଚ୍ଚିବଦୁଃଖବନ୍ଧୁ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ ଶିଶୁ ମନ୍ଦିରର ଭୂମିକା ବିଷୟରେ କହିଥିଲ l ସଂପାଦକ ଭାଗୀରଥି ଗିରିଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲାବେଳେ ପ୍ରଧାନାଚାର୍ଯ୍ୟଦୀନବଂଧୁ ମହାକୁଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ।୨୦୨୩-୨୪ବାର୍ଷିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହୋଇଥିବା ଶିଶୁ ଭାଇଭଉଣୀ, ଖେଳରେ ଚମ୍ପିଆନ ତଥା ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କାର କରାଯାଇଥିଲା।ବିଦ୍ୟାସଭାକାର୍ଯ୍ୟ ପରେ ଶିଶୁମାନଙ୍କଦ୍ୱାରା ରଂଗାରୀ କାର୍ଯ୍ୟକ୍ରମ ବେଶମନମୁଗଧକର ହୋଇଥିଲା ବିଦ୍ୟାଳୟର ସମସ୍ତ ସେବାବ୍ରତୀ ପରିଚାଳନା କରିଥିଲାବେଳେ ଉପସଭାପତି ହୃଦାନନ୍ଦ ପ୍ରଧାନ ଧନ୍ୟବାଦ ଦେଇଥିଲୋ