ବନ୍ତରେ ଯୋଗ ଦେଲେ ନୂତନ ସିଡିପିଓ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ନୂତନ ସିଡିପିଓ ଭାବେ ଆଲାଦି ମାରାଣ୍ଡି ଯୋଗ ଦେଇଛନ୍ତି । ପୂର୍ବରୁ ସେ ଉଦଳା ବ୍ଲକରେ ସିଡିପିଓ ଭାବେ କାର୍ଯ୍ୟ କରୁଥିଲେ । ଏହି ବ୍ଲକରେ ଦୀର୍ଘ କିଛି ମାସ ଧରି ସ୍ଥାୟୀ ସିଡିପିଓ ନଥିବାରୁ ଭଦ୍ରକ ବ୍ଲକର ସିଡିପିଓ ରାଜଶ୍ରୀ ଗୋସ୍ୱାମୀ ଦାୟୀତ୍ୱରେ ଥିଲେ । ଫଳରେ ବିଭିନ୍ନ କାର୍ଯ୍ୟ ଗୁଡିକ ବିଳମ୍ବ ହେଉଥିଲା । ଏବେ ନୂତନ ସିଡିପିଓ ଯୋଗ ଦେବା ପରେ ସମସ୍ତ କାର୍ଯ୍ୟ ଗୁଡିକ ସ୍ୱାଭାବିକ ଭାବେ ଚାଲିବ ବୋଲି ଜଣାଯାଇଛି । ଆଜି ନୂତନ ସିଡିପିଓ ଯୋଗ ଦେବା ପରେ ସଂପୃକ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିବା ଦେଖାଯାଇଥିଲା ।