ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେଡି ପକ୍ଷରୁ ଫଳ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ସମଗ୍ର ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ୭୮ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ତ ବ୍ଲକ ବିଜେଡି ପକ୍ଷରୁ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏଥିରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ବିପିନ ନାୟକ, ପ୍ରଣବ କିଶୋର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ, ଫାଲଗୁନି ରାଉତ, ଆଲୋକ ରାଉତ, ପ୍ରଶାନ୍ତ ସାମଲ, ଅଶୋକ ସାହୁ, ବସନ୍ତ ବେହେରା, ସଞ୍ଜୟ ଦାସ, ସମୀମ ନୱାଜଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନେତ୍ୱତ୍ୱ ଉପସ୍ଥିତ ଥିଲେ । ପରେ ବିଧାୟକ ଶ୍ରୀ ମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ଓ ସ୍ଥାନୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଖାନା ପରିସରରେ ତିଆରି ହୋଇଥିବା ଲେବର ରୁମକୁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା, ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଥିବା ପୁରୁଣା କୋଠାକୁ ଭାଙ୍ଗି ଆଟେଣ୍ଡାଣ୍ଡ ସେଡ୍ ତିଆରି କରିବା, ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା, ନିର୍ମାଣଧୀନ କର୍ମଚାରୀ କ୍ୱାଟର କାର୍ଯ୍ୟକୁ ତୁରନ୍ତ ଶେଷ କରିବା ଏବଂ ରୋଗୀ ମାନଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ବିଧାୟକଙ୍କ ଠାରେ ଦାବୀ ଜଣାଇଥିଲେ । ଆଲୋଚନା ବେଳେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭମ ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।