ବନ୍ତ ବ୍ଳକରେ ୧୯ ଜଣ ପ୍ରାଥମିକ ଶିକ୍ଷକ ଲେଭୁଲ୍‌-୩କୁ ଓ ୧୦୧ ଜଣ ଶିକ୍ଷକ ଲେଭୁଲ୍‌-୫(ବି)କୁ ପଦୋନ୍ନତି

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ଚିଠି ନଂ-୧୬୭୭୬/ତା-୨୧-୯-୨୦ ଅନୁଯାୟୀ ଜିଲ୍ଲା ସ୍ତରୀୟ ପ୍ରମୋସନ କମିଟି ରିଜୋଲେସନ ଗୃହୀତ ତା-୧୧-୯-୨୦, ଜିଲାପାଳଙ୍କ ଅନୁମୋଦନ ଚିଠି ନଂ-୭୯୭୯/ତା-୧-୧୦-୨୦ ଏବଂ ଡି.ଇ.ଓ ଭଦ୍ରକଙ୍କ ଅନୁମୋଦନ ପତ୍ର ସଂଖ୍ୟା-୮୦୦୬/ତା୫-୧୦-୨୦ ଅନୁଯାୟୀ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଆଦେଶ ନଂ-୧୮୩୬/ତା-୫-୧୦-୨୦ ମୂଳେ ବନ୍ତ ବ୍ଲକର ଲେଭୁଲ-୪ର ୧୯ ଜଣ, ଲେଭୁଲ-୩କୁ ପଦୋନ୍ନତି ପାଇ ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି କ୍ରମରେ ଲବଙ୍ଗଲତା ସାହୁ ରାମଚନ୍ଦ୍ରପୁର ନୋଡାଲ, ପ୍ରମୋଦ କୁମାର ନାୟକ ସେକ୍ ଅଜୋ ତରାପୁର, କୈଳାସ ଚନ୍ଦ୍ର ଘଡାଇ ଆଳମଙ୍ଗା ପି.ୟୁ.ପି.ଏସ୍‌, ପ୍ରଭାକର ସ୍ୱାଇଁ ନିରଂଜନ ଏମ୍‌.ଇ ସ୍କୁଲ, ଉତ୍ତମ କୁମାର ପେଡି ମନହରପୁର ପି.ୟୁ.ପି.ଏସ୍‌, ଭାରତୀ ମିଶ୍ର ବରହମପୁର ପି.ୟୁ.ପି.ଏସ୍‌, ଶମ୍ଭୁନାଥ ବେହେରା ଯୁଧିଷ୍ଠିର ନୋଡାଲ ଉପ୍ରା ସ୍କୁଲ, ସୁବାଷ ସେଠୀ ଆଡିଆ ନୋଡାଲ, ମିନତୀ ସାହୁ ପୋଡାପାଟଣା ୟୁଜିଏମଇ, ଅଜୟ କୁମାର ପୃଷ୍ଟି ବସନ୍ତିଆ ଏମ୍‌.ଇ, କାର୍ତ୍ତିକ ଚନ୍ଦ୍ର ପଣ୍ଡା ଧନିଓଝା ପି.ୟୁ.ପି.ଏସ୍‌, ଗୋଲାପରାଣି ରାଉତ ଗୋପାଳପୁର ୟୁଜିଏମଇ, ପ୍ରହଲ୍ଲାଦ ଯେନା ଭରସିଂପୁର ଏମଇ, ଭାସ୍କର ଚନ୍ଦ୍ର ବିଶ୍ୱାଳ ବନ୍ତଳା ନୋଡାଲ, ତପସ୍ୱିନୀ ପହି ଚାରିତିରା କାଜିପୋଖରୀ ପିୟୁପିଏସ୍‌, କାହ୍ନୁ ଚରଣ ତ୍ରିପାଠୀ କୁଶୁନନଗର ୟୁଜିଏମଇ, ପ୍ରଫୁଲ୍ଲ କୁମାର ପୁହାଣ ଆପ୍ତିରା ୟୁଜିଏମଇ, ନରେନ୍ଦ୍ର କୁମାର ବାରିକ ବେଗନା ପିୟୁପିଏସ୍‌, ଦେବେନ୍ଦ୍ର ମଲ୍ଲିକ ତ୍ରିଶାଲିଆ ପିୟୁପିଏସ୍‌ରେ ନିଯୁକ୍ତି ପାଇଛନ୍ତି । ଇତିମଧ୍ୟରେ ଆପ୍ତିରା ୟୁଜିଏମଇ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଷମା ଜେନା, ସିିଆରସିି ମନୋଜ ରାଉଳ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ଅଧ୍ୟକ୍ଷ ସୁରେଶ ଭାରତୀ ଓ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ନୂତନ ଲେଭୁଲ୍‌-୩ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବନ୍ତ ବ୍ଲକରେ ଲେଭୁଲ-୫(ଏ) ରୁ ୧୦୧ ଜଣ ଶିକ୍ଷକ ଲେଭୁଲ-୫(ବି)କୁ ସିନିୟର ଟିଚର ଭାବେ ପଦୋନ୍ନତି ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ