ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଙ୍ଗଲ ନିଆଁ
ଭଂଜନଗର,(ସନ୍ତୋଷ କୁମାର ଜେନା ) : କେତେବେଳେ ଜଙ୍ଗଲ ନିଆଁ ପାଇଁ ଜଙ୍ଗଲି ପଶୁ ବଳି ପାରୁଛନ୍ତି ତଃ କେତେବେଳେ ଜଙ୍ଗଲ ନିଆଁ ପାଇଁ ଜଙ୍ଗଲି ପଶୁ ଙ୍କ ଆକ୍ରମଣର ଶୀକାର ହେଉଛନ୍ତି ମଣିଷ। ଜଙ୍ଗଲ ନିଆଁ ଲିଭାଇବା କୁ ଯାଇ ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ତାରାସିଂ ସେକ୍ସନ ବନପାଳ କଳାବଦନ ଦାଶଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର ଆହତ ହୋଇଛନ୍ତି। ଯାହାଦ୍ଵାରା ତାଙ୍କ ଡାହାଣ ହାତର ହାଡ଼ ଦୁଇ ଗଡ଼ି ହୋଇ ଯାଇଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଞ୍ଚଳ ଗାୟାଗଣ୍ଡା ସେକ୍ସନ ରେ ଦିନ ବନାଗ୍ନି ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ତାରାସିଂ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ସହ ଘୋଗଡ ବନପାଳ କୃଷ୍ଣ ନାହକ ଓ ଗାୟାଗଣ୍ଡା ବନପାଳ ଶୁଭସ୍ମିତା ଦାଶ, ବନରକ୍ଷୀ ସନ୍ତୋଷ କୁମାର ଗୌଡ଼, ଅଶୋକ କୁମାର ସେଠୀ, ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପର ଦଳ ମୁଖିଆ ଯୋଗେନ୍ଦ୍ରନାଥ ସ୍ବାଇଁ ଙ୍କ ସହ ରାମ ଚନ୍ଦ୍ର ବାରିକ, ରଞ୍ଜନ ବେହେରା, ଚିନ୍ମୟ ମହାଙ୍କୁଡ଼ ଉପସ୍ଥିତ ଥିଲେ। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ହେଉଥିବା କ୍ଷତି ଓ ପରିବେଶ ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। ତେଣୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସମସ୍ତେ ଶପଥ ନେଇଥିଲେ। ଜଙ୍ଗଲରେ ନିଆଁ ଲାଗିବ ଦ୍ଵାରା ପଶୁ ସମ୍ପଦ ବିକାଶ ବଦଳରେ ବିଲୋପ ହେଉଛନ୍ତି, ଜଙ୍ଗଲରେ କିପରି ନିଆଁ ନ ଲାଗିବ ଏବଂ ସମସ୍ତେ କିପରି ସୁରକ୍ଷାର ସହ ଜୀବନ ଜାପନ କରିବେ, ତାହା ଉପରେ ଆଲୋଚନା କରାଯାଇଥିଲା।