ବନ ବିଭାଗ ତରଫରୁ ପକ୍ଷୀଗଣନା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ କରାଯାଇଛି. ଆଜି ଶନିବାର ସକାଳ ୬ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯାଇଥିଲା. ପ୍ରାୟ ଅନେକ ସ୍ଥାନରେ ଶୀତ ଯୋଗୁଁ ଏହି ସମୟରେ କୁହୁଡ଼ି ଲାଗି ରହୁଛି। ତେଣୁ ସେହି ଅଞ୍ଚଳ ଗୁଡିକରେ କୁହୁଡି କମିବା ପରେ ପକ୍ଷୀଗଣନା କରା‌ଯାଇଥିଲା. ଏହି ପକ୍ଷୀଗଣନାରେ ବନ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ. ଏନେଇ ସମସ୍ତଙ୍କୁ ଗୁରୁବାର ଦିନ ଟ୍ରେନିଂ ଦିଆଯାଇଛି। ପକ୍ଷୀଗଣନା ପରେ ସେ ଭାଗିଦାରି ସଂପର୍କିତ ପ୍ରମାଣପତ୍ର ଦିଆଯିବ। ପ୍ରକାଶଥାଉଯେ, ଏହି ଜିଲ୍ଲାରେ ଦେବଗିରି, ନାରାୟଣପୁର, ଚନ୍ଦ୍ରଗିରି, ମୋହନା, ଆର୍ ଉଦୟ- ଗିରି, କାଶୀନଗର, ରାମଗିରି ଆଦି ମୋଟ୍ ୭ଗୋଟି ବନାଞ୍ଚଳ ରହିଛି। ଏହି ସମସ୍ତ ବନାଞ୍ଚଳ ଗୁଡ଼ିକ ଅଧୀନରେ ୯୫ଗୋଟି ବିଟ୍ ରହିଛି। ପକ୍ଷୀଗଣନା ପାଇଁ ପ୍ରତି ବିଟ୍‌କୁ ଗୋଟାଏ ୟୁନିଟ୍ କରାଯାଇଛି ବୋଲି ସୂଚନା ମିଳିଛି. ବିଟ୍ ଗାର୍ଡମାନେ ଏହି ଟିମର ନେତୃତ୍ବ ନେଇ ପକ୍ଷୀଗଣନା କରିବେ. ଗଜପତି ଜିଲ୍ଲାର ଦେବଗିରି ରେଞ୍ଜରେ ଏସିଏଫ ଅରୁଣ କୁମାର ସାହୁ ଓ ରେଞ୍ଜ ଅଧିକାରୀ ବ୍ରାହ୍ମନନ୍ଦ ସାହୁଙ୍କ ନେତୃତ୍ୱରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ