ବରଗଡ଼ ଉଚ୍ଚ ବାଳିକା ବିଦ୍ୟାଳୟ ୧୯୮୦ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୧୯୮୦ ମେଟ୍ରିକ୍ ବ୍ୟାଚ ର ଛାତ୍ରୀ ମାନଙ୍କ ସୋନପୁର ଠାରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା !ସୋନପୁର ର ସମସ୍ତ ମନ୍ଦିର ପରିଦର୍ଶନ କରିବା ସହିତ ନିଜ ନିଜ ପୁରୁଣା ସ୍ମୃତି କୁ ମନେ ପକାଇ ଭାବ ବିନିମୟ ତଥା ଭାବ ବିହ୍ୱଳ ହୋଇଉଠିଥିଲେ !ବିଳାସିନୀ ପ୍ରଧାନ ତାଙ୍କ ସ୍ବରଚିତ କବିତା ଅଳିଭା ବନ୍ଧୁତ୍ୱ ପାଠ କରିଥିଲେ ତାହା ଅତି ହୃଦୟସ୍ପର୍ଶୀ ହୋଇଥିଲା ! ସୁଶ୍ରୀ ଚନ୍ଦ୍ରକାନ୍ତୀ ମେହେର,ସଂଜୁ ଷଡ଼ଙ୍ଗୀ, ତେରେଷ୍କୋଭା ,ସଂଜୁ ପଣ୍ଡା, ପ୍ରେମଶୀଳା ମହାପାତ୍ର ଆଦି ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ବିଳାସିନୀ ପ୍ରଧାନ, କଲ୍ପନା ପଣ୍ଡା,ସୁତପା ପ୍ରଧାନ,ରଜନୀ ଭୁଏ, ସନ୍ତୋଷିନୀ ମହାପାତ୍ର, ବନବାସୀ ବାରିକ, ନିରୂପମା ନନ୍ଦ,ଗୀତା ଖେଡିଆ, ମଞ୍ଜୁଳା,ରୀନା,ହୀରା, ଜ୍ୟୋତି,ଗୀତା, ସରୋଜିନୀ,ଓ କାନ୍ତୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ