ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ନୂଆବର୍ଷର ପ୍ରଥମ ବୈଠକ ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିପ୍ରଚରଣ ସାହୁଙ୍କ ଧର୍ମପତ୍ନୀ ପୂର୍ଣ୍ଣବାସୀ ସାହୁ ଓ ବର୍ଷୀୟାନ ସଦସ୍ୟ ଶରତ ଚନ୍ଦ୍ର ପଟନାୟକଙ୍କ ବିୟୋଗରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସଭାପତି ଉପସ୍ଥିତ ସଦସ୍ୟ ମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ତାଙ୍କ ପରିବାର ବର୍ଗଙ୍କ ଶୁଭ କାମନା କରିଥିଲେ। ବି. ରାମଚନ୍ଦ୍ର ପାତ୍ରଙ୍କୁ ପରିଚୟ ପତ୍ର ପ୍ରଦାନ କରି ମଞ୍ଚକୁ ସ୍ୱାଗତ କରିଥିଲେ। ଆସନ୍ତା ୧୯ତାରିଖରେ ଅନୁଷ୍ଠାନର ବାର୍ଷିକ ସମ୍ମିଳନୀ ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହେବାକୁ ଠିକ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କୁ ନିମନ୍ତ୍ରଣ କରାଯିବା ସହିତ ମଞ୍ଚ ପରିବାରରୁ ବ୍ରଜ ଗୋପାଳ ମହାରଣା ଓ ମାଗୁଣି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ। ଶେଷରେ ବ୍ରଜଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ବୈଠକ ସାଙ୍ଗ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ