ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶନିବାର ଭଟଲି ବ୍ଲକ ର ନବ ନିଯୁକ୍ତ ବିଡ଼ିଓ ଙ୍କୁ ଭଟଲି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ବାଗତସମର୍ଦ୍ଧନା ଜ୍ଞାପନ କରାଯାଇଥିଲା !ଇତି ମଧ୍ୟରେ ଭଟଲି ବ୍ଲକ ରେ ରାଜ୍ୟ ସରକାର ଙ୍କ ଦ୍ୱାରା ଓଡିଶା ପ୍ରାଦେଶିକ ସେଵା କେଡର ଭୁକ୍ତ ଶ୍ରୀ ପ୍ରମୋଦ ଚନ୍ଦ୍ର ମେହେର ଙ୍କୁ ବିଡ଼ିଓ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି .। ଭଟଲି ବରିଷ୍ଠ ନାଗରିକ ସଂଘ ତରଫରୁ ସଂଘ ସଭାପତି ଶ୍ରୀ ବାଙ୍କା ବିହାରୀ ମିଶ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ନୂତନ ବିଡ଼ିଓ ଙ୍କୁ ତାଙ୍କ ପ୍ରଥମ କାର୍ଯ୍ୟାଦିବସ ରେ ବ୍ଲକ କାର୍ଯ୍ୟାଳୟ ରେ ସାକ୍ଷାତ କରି ପ୍ରଭୁ ଶ୍ରୀ ଦଧିବାମନ ମହାପ୍ରଭୁ ଙ୍କ ଭୋଗ ଅର୍ପଣ ପୂର୍ବକ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସଂଗେ ସଂଗେ ତାଙ୍କ ସେଵା କାଳରେ ଭଟଲି ଅଞ୍ଚଳ ଜନସାଧାରଣଙ୍କ ବିଶେଷ କରି ସମାଜ ର ଦୁର୍ବଳ ଶ୍ରେଣୀ ଯଥା ମହିଳା, ଆଦିବାସୀ ଓ ହରିଜନ , ଶ୍ରମିକ ଗୋଷ୍ଟି ସମେତ ବରିଷ୍ଠ ନାଗରିକ ଙ୍କ ଅର୍ଥନୈତିକ, ସାମାଜିକ , ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା ପ୍ରକାଶ କରା଼ ଯାଇଥିଲା । ସମର୍ଦ୍ଧନା ର ପ୍ରତ୍ୟୁତ୍ତର ରେ ବିଡ଼ିଓ ମହୋଦୟ କହିଥିଲେ କି ଭଟଲି ବ୍ଲକ ବାସି ଓ ଲୋକ ପ୍ରତିନିଧି ମାନଙ୍କ ସହଯୋଗ କ୍ରମେ ଭଟଲି ବ୍ଲକ କୁ ଏକ ଅଗ୍ରଣୀ ବ୍ଲକ ରେ ପରିଣତ କରିବାକୁ ସେ ତାଙ୍କ ସର୍ବୋତ୍କୃଷ୍ଟ ସେଵା କରିବେ.। ଏଥି ପାଇଁ ତତ୍ପରତା ସହ ଫାଇଲ କାର୍ଯ୍ୟ ଗୁଡ଼ିକ ସମ୍ପାଦନ ସହ ସାଧାରଣ ଲୋକଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ଯଥାଯଥ ପଦକ୍ଷେପ ନେବାକୁ ତାଙ୍କ ଅଧସ୍ଥନ ଫିଲଡ ଷ୍ଟାଫ ତଥା ମିନିଷ୍ଟ୍ରିଆଲ ଷ୍ଟାଫ ଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ।ଭଟଲି ବରିଷ୍ଠ ନାଗରିକ ସଂଘ ର ଏହି ପ୍ରତିନିଧି ମଣ୍ଡଳୀ ରେ ସଭାପତି ଙ୍କ ସମେତ ସର୍ବଶ୍ରୀ ସନ୍ତୋଷ ବନଛୋର, ବନ ବିହାରୀ ମିଶ୍ର, ମୋତିଲାଲ ବନଛୋର,ଜାନକୀ ବଲ୍ଲଭ ପଣ୍ଡା, ନରେନ୍ଦ୍ର ପଣ୍ଡା, ମାଧବ ନାୟକ, ବିଷ୍ଣୁ ସାହୁ, ଜଗଦୀଶ ସାହୁ ଆଦି ସାମିଲ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ