ବରିଷ୍ଠ ବିଜେପି ନେତା ସ୍ୱର୍ଗତ ସୁଧାକର ଧଳଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବରିଷ୍ଠ ବିଜେପି ନେତା ସ୍ୱର୍ଗତ ସୁଧାକର ଧଳଙ୍କ ଏକାଦଶାହ ଅବସରରେ ଆଜି ଟିଲୋ ଜାଗୁଳାଇ ପଦା ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଲୋ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଧଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବରିଷ୍ଠ ଭାଜପା ନେତା ପଞ୍ଚାନନ ରାଉତ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ଗୀତା ଇଞ୍ଜିନୟରି କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ଶିକ୍ଷାବିତ୍ ଲିଙ୍ଗରାଜ ସ୍ୱାଇଁ, ମନମୋହନ ସାହୁ, ତ୍ରିଲୋଚନ ପଣ୍ଡା, ନାରାୟଣ ଚନ୍ଦ୍ର ସାମଲ, ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଶିକ୍ଷକ ଅଜୟ ପୃଷ୍ଟି, ମନୋଜ କୁମାର ସାହୁ, ଶ୍ରୀକାନ୍ତ ପଣ୍ଡା, ଅଧ୍ୟାପକ ରମେଶ ପ୍ରଧାନ, ସଞ୍ଜୟ କୁମାର ମଜୁମଦାର, ନରହରି ଜେନା, ଶିକ୍ଷକ ରମାକାନ୍ତ ରାଉତ, ଅଶୋକ ଖିଲାର, ଉମାକାନ୍ତ ପଣ୍ଡା, ରମାକାନ୍ତ ଜେନା, ଯୁବ ନେତା ଇଂ.ଲକି ମାଷ୍ଟର ସ୍ୱାଇଁ, ସ୍ମୃତି ରଞ୍ଜନ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଧଳଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ରମାକାନ୍ତ ପାଣିଗ୍ରାହୀ, ପର୍ଶୁରାମ ସାହୁ, ମାଧବାନନ୍ଦ ବିଶ୍ୱାଳ, ଦୋଳଗୋବିନ୍ଦ ଲେଙ୍କା, ଏଲ.ଅରଜିତ୍ ସ୍ୱାଇଁଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।