ବାଇକ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ ଜଣେ ମୃତ ଦୁଇ ଆହତ

ମାଲକାନଗିରି,(ମନୋଜ କୁମାର ସାହା): ଅପରାହ୍ନରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ କାର୍ଯ୍ୟାଳୟ ନିକଟ ବୁଲାନି ରାସ୍ତା ରେ ଦୃତ ଗତି ରେ ଏକ ବାଇକ୍ ଯାଉଥିବା ସମୟ ରେ ଭାରସାମ୍ୟ ହରାଇ ଗଛକୁ ପିଟିଲା। ଦୁର୍ଘଟଣା ରେ ଜଣେ ଯୁବକର ମୃତ ଘଟିବା ସହିତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ଯୁବକ ହେଲେ ପିଟାଗେଟା ଗ୍ରାମର ଗଗନ କୁମାର ବାଘ ଓ ଆହତ ହେଲେ ସେହି ଗ୍ରାମର ତୋଫାନ ବାଘ, କ୍ରିଷ୍ଣା କ୍ଷିତି ବୋଲି ଜଣାପଡିଛି, ପୋଲିସ୍ ର ସୂଚନା ଅନୁଯାୟୀ ମାଲକାନଗିରି ଥାନା ସ୍ଥିତ ତୁମୁସାପାଲି ପଞ୍ଚାୟତ ପିଟାଗେଟା ଗ୍ରାମର ସୁରେଶ ବାଘ ଙ୍କ ପୁଅ ଗଗନ କୁମାର ବାଘ (୨୨), ସେହି ଗ୍ରାମର ତୋଫାନ ବାଘ ଓଁ କ୍ରିଷ୍ଣା କ୍ଷିତି (୮)ଗୋଟିଏ ହିରୋ ମଟର ସାଇକେଲ ରେ ଦୃତ ଗତି ରେ ମାଲକାନଗିରି ରୁ ନିଜ ଗାଁ କୁ ଫେରୁଥିଲେ,ଜିଲ୍ଲା ପରିଷଦ କାର୍ଯ୍ୟଳୟ ବୁଲାଣି ନିକଟ ରେ ମଟର ସାଇକେଲ ଟି ଭାରସାମ୍ୟ ହରାଇ ଏକ ଗଛଦେହ ରେ ଧକ୍କା ହୋଇଥିଲା,ଏହି ଦୁର୍ଘଟଣା ରେ ତିନିଜଣ ଛିଟିକି ପଡିଯାଇଥିଲେ, ବାଇକ ଆରୋହୀ ଗଗନ ଙ୍କ ମୁଣ୍ଡ ଓଁ ଛାତିରେ ଗୁରୁତର ଭାବେ ଆଘାତଲାଗିଥିବା ବେଳେ ତୋଫାନ ଓ କ୍ରିଷ୍ଣା ସାମାନ୍ୟ ଆହତ ହୋଇଥିଲେ, ସ୍ଥାନୀୟ ଲୋକେ ଥାନା କୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳ ରେ ପହଁଚି ଆହତ ମାନଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇ ଯାଇଥିଲେ, ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ଗଗନ କୁ ମୃତ ଘୋଷଣା କରିଛନ୍ତି, ଅନ୍ୟ ଦୁଇଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯିଇଛି, ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ