ବାଇକ ସହ ଗଞ୍ଜେଇ ଜବତ ଘଟଣା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରୁ ଗୁରୁବାର ମଧ୍ୟାହ୍ନରେ ଅବକାରୀ ବିଭାଗ କର୍ମଚାରୀ ବୃନ୍ଦ ଗଜପତି ଜିଲ୍ଲା ମୋହନା ଥାନା କିର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକ ଙ୍କ ଠାରୁ ବାଇକ ସହ ୭ କେଜି ଗଞ୍ଜେଇ ଜବତ କରିଥିଲେ। ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ ଜିତେନ୍ଦ୍ର ଙ୍କୁ ଶୁକ୍ରବାର ବ୍ରହ୍ମପୁର ଜିଲ୍ଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।ଅବକାରୀ ମାମଲା ନଂ.୧୮୧/୨୪-୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ଏକ ବାଇକ ନଂ.ଓଆର ୦୭ ଟି -୫୦୪୩ ଯୋଗେ ଗଞ୍ଜେଇ ନେଇ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଧରାପଡିଥିଲେ। ତାଙ୍କୁ ଅଟକାଇ ଖାନତଲାସ କରିବାରୁ ତାଙ୍କ ବ୍ୟାଗ ରେ ୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।ଏହି ଚଢ଼ାଉ ଧରପଗଡ ରେ ଅବକାରୀ ଏସ.ଆଇ ଏନ୍. ତ୍ରିପତି,କନେଷ୍ଟବଳ ନୀର ବେହେରା, ଆଲଫଲତା ସାହୁ ସାମିଲ ଥିଲେ।