ବାକି ଟଙ୍କା ମାଗିବାରୁ ଯୁବକକୁ ପଞ୍ଝାରେ ଆକ୍ରମଣ ଆକ୍ରମଣ କାରିକୁ କୋର୍ଟଚାଲାଣ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଜଣେ ଯୁବକ ସେହି ଗ୍ରାମର ଅନ୍ୟ ଜଣେ ଯୁବକକୁ କିଛି ଟଙ୍କା ଧାର ଦେଇଥିବା ବେଳେ ବାକି ଟଙ୍କା ମାଗିବାରୁ ସେ ଆକ୍ରମଣର ଶିକାର ହୋଇଥିଲା I ଫଳରେ ଯୁବକ ଜଣଙ୍କର ମୁଣ୍ଡ ଫାଟି ସେ ଚିକିତ୍ସିତ ହେଉଥିବା ବେଳେ ତାର ଏତାଲା କ୍ରମେ ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଆଜି ଆସିକା କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଯୁଗଳ ପ୍ରଧାନଙ୍କ ପୁଅ ଚନ୍ଦନ ପ୍ରଧାନ (28) ସେହି ଗ୍ରାମର ସୁନନ୍ତ ସ୍ୱାଇଁ (32) କୁ 30000 ଟଙ୍କା ଧାର ଦେଇଥିଲା I ସୁନନ୍ତ ଚନ୍ଦନକୁ 20000 ଟଙ୍କା ଫେରାଇ ଥିବା ବେଳେ ଆଉ 10000 ଟଙ୍କା ପରେ ଦେବ ବୋଲି କହିଥିଲା I ଶନିବାର ରାତ୍ର 9 ଘଣ୍ଟା 30 ମିନଟ୍ ସମୟରେ ଗାଆଁ ପୋଖରୀରେ ଚନ୍ଦନ ସୁନନ୍ତକୁ ବାକି ଟଙ୍କା ମାଗିଥିଲା I ଏନେଇ ଉଭୟ ଚନ୍ଦନ ଏବଂ ସୁନନ୍ତ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା I ସୁନନ୍ତ ପକେଟ୍ ରେ ରଖିଥିବା ଏକ ପଞ୍ଝାରେ ଚନ୍ଦନକୁ ଆକ୍ରମଣ କରିଥିଲା I ଫଳରେ ଚନ୍ଦନର ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା I ତାକୁ ଆସିକା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା I ଏନେଇ ଚନ୍ଦନର ବାପା ଯୁଗଳ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ଥାନାରେ କେଶ୍ ନମ୍ଵର୍ 168/25 ରେ ଏକ ମାମଲା ରୁଜୁ କରି ଅଭିଯୁ୍କ୍ତ ସୁନନ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି I ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ