ବାଜପେୟୀଙ୍କୁ ଭୁଲିଗଲା ଶେରଗଡ ବିଜେପି
ଶେରଗଡ, (ଅନୀଲ କୁମାର ପଣ୍ଡା):ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଦେବପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦଗୁଣ ଓ ଆଦର୍ଶ ତାଙ୍କୁ ଦେବତା ଙ୍କ ସହିତ ତୁଳନା କରୁଥିଲେ। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସରଳ, ସ୍ନିଗ୍ଧ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତ ଙ୍କ ପ୍ରିୟ। ତାଙ୍କର ରାଜନୈତିକ ବିରୋଧୀ ଥିଲେ କିନ୍ତୁ କେହି ଶତୃ ନଥିଲେ, ତେଣୁ ସେ ଥିଲେ ଅଜାତ ଶତୃ। ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଯଶସ୍ବିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ର ରାଜନୈତିକ ଈତିହାସ ରେ ସ୍ବର୍ଗତ ବାଜପେୟୀ ଙ୍କ ନାମ ଚିରଦିନ ଲିପିବଦ୍ଧ ହୋଇ ରହିବ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତ୍ୟେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟ ରେ କିଏ ରକ୍ତଦାନ ଶିବିର ତ ଅନ୍ୟ କିଏ ମେଡ଼ିକାଲ ରେ ପହଞ୍ଚି ରୋଗୀ ସେବାରେ ଲାଗି ପଡିଥିବା ବେଳେ ଶେରଗଡ ବିଜେପି ଏସବୁ ଠାରୁ ବହୁତ ଦୂରରେ। ଶେରଗଡ ବିଜେପି କୁ ଦେଖିଲେ ଲାଗୁଛି ବାଜପେୟୀ କିଏ, ସେ କଣ ଥିଲେ, ତାଙ୍କ ବ୍ୟକ୍ତିତ୍ୱ କଣ,ସେ ବାବଦରେ କାହାକୁ ଜଣା ନାହିଁ। ସେଥିଲାଗି ଆଜି ଜୟନ୍ତୀ ଅବସରରେ କାର୍ଯ୍ୟକ୍ରମ କରିବା ଦୂରର କଥା, ଫୋଟଟିଏ ରଖି ଶ୍ରଦ୍ଧାଞ୍ଜଳି ଦେବକୁ ଉଚିତ ମନେ କଲାନି ଶେରଗଡ ବିଜେପି।