ବାଟପଳସାରେ ଶ୍ରୀଶ୍ରୀ ସିଦ୍ଧେଶ୍ଵରାୟ ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା

କରଂଜିଆ,(ଜିତେନ୍ଦ୍ର ରାଜ): କରଂଜିଆ ବ୍ଲକର ବାଟପଳସା ଗ୍ରାମରେ ଓଁ ଶ୍ରୀ ଶ୍ରୀ ସିଦ୍ଧେଶ୍ଵରାୟ ମହାଦେବଙ୍କ ପବିତ୍ର ବିଗ୍ରହ ପ୍ରତିଷ୍ଠା ହୋଇ ଯାଇଛି। ଏଥି ନିମନ୍ତେ ଦେଓ ନଦୀ ତଟ ମିରିଗିନୋଣ୍ଡି ଗ୍ରାମର ନଦୀ ଘାଟରୁ କାଲି ଘଟ ଅଣା ଯାଇ ପାରମ୍ପରିକ ପୂଜାର୍ଚନା ଆରମ୍ଭ ହୋଇଛି । ବାଟପଳସା ତଥା ନିକଟବର୍ତ୍ତୀ ଗ୍ରାମର ମହିଳା ଓ ପୁରୁଷ ମିଶି ୩୦୦ ରୁ ଉର୍ଦ୍ଧ ଘଟ ଉତ୍ତୋଳନ କରାଯାଇ ଏକ ବଢ଼ାନ୍ୟ ସଭାଯାତ୍ରା ରେ ମନ୍ଦିର ପରିସର କୁ ଅଣାଯାଇଥିଲା । ଏହି ମନ୍ଦିର ନିର୍ମାଣ ବହୁ ବଦାନ୍ୟ ଗ୍ରାମବାସୀଙ୍କ ଆର୍ଥିକ ସହଯୋଗ ଓ ଉତ୍ସାହ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପବିତ୍ର ଧାର୍ମିକ କାର୍ଯରେ ଉଦ୍ୟୋକ୍ତା ଭାବେ ବିରେନ୍ଦ୍ର ମହାନ୍ତ,ମନୋଜ ବେହେରା, ପରେଶ ମହାନ୍ତ , ପ୍ରମୋଦ ସେଠୀ, ପୂର୍ଣ୍ନଚନ୍ଦ୍ର ମହାନ୍ତ, ପକ୍ଷୀରାଜ ପଲେଇ ଆଦି କାର୍ଯ ତୁଲାଉଛନ୍ତି। ପୁର୍ବତନ ବିଧାୟକ ବିଜୟ ନାଏକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କବି ଶ୍ରୀଧର ମହାନ୍ତ ଓ ଅର୍ଜୁନ କୁମାର ନାଏକ ଉପସ୍ଥିତ ରହି ଏମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଗ୍ରାମବାସୀଙ୍କ ବହୁ ଦିନର ଆଶା ଓ ଆକାଂକ୍ଷା ପୁରଣ ହୋଇ ଥିବାରୁ ଏ ଅଂଚଳ ବାସୀ ବେଶ୍ ଖୁସୀ ଅନୁଭବ କରିଛନ୍ତି । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋଗୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ