ବାଣପୁର ବ୍ଲକ ସ୍ଥିତ ଭେଟେଶ୍ବର ଗ୍ରା:ପ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ମାର୍କେଟ କମ୍ପ୍ଲେକ୍ସ ନୂତନ ଗୃହ ଶୁଭ ଉଦଘାଟନ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ଭେଟେଶ୍ବର ଗ୍ରା:ପ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ମାର୍କେଟ କମ୍ପ୍ଲେକ୍ସ ନୂତନ ଗୃହ ଶୁଭ ଉଦଘାଟନ କରିଥିଲେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶ୍ରୀମତୀ ଶୀତଲ ଅଗ୍ରୱାଲ, ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ଜିଲ୍ଲା ପରିଷଦ ର ସଭ୍ୟା କୁମାରୀ ଟିକି ଶବର,ସମିତିସଭ୍ୟା ଶ୍ରୀମତୀ ରଶ୍ମିତା ପ୍ରଧାନ, ପୂର୍ବତନ ସରପଞ୍ଚ ଶ୍ରୀ ଜିତେନ୍ଦ୍ର କୁମାର ଭୋଳଙ୍କ ସହ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।