ବାତ୍ୟା ଆଶ୍ରୟସ୍ଥଳୀରେ ସ୍ୱାସ୍ଥ୍ୟସେବା

ହାଟଡିହି, (ବିକାଶ ବିଶ୍ୱାଳ):ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବାତ୍ୟା ଦାନା ର ମୁକାବିଲା ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିକ ପଦକ୍ଷେପ ଗ୍ରହଣ କରା ଯାଇଛି l ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ନିଜ ହେଡ଼ କ୍ୱାଟର ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଡଅଁର, ଗେଡ଼ମା, ସମଣା, ଗିରିଗାଁ, ଆମ୍ବୋ, ଯଶୋବନ୍ତପୁର ଆଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ମେଡିକାଲ ରିଲିଫ ସେଣ୍ଟର ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି l ଏଥି ସହିତ ଦୁଇ ଗୋଟି ମୋବାଇଲ ହେଲଥ ଟିମ ଗଠନ କରାଯାଇ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି l ଓରାଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ ସନ୍ତୋଷ କୁମର ମଲ୍ଲ କଳିଗାଁ ର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ, ହାଟଡିହିର ଡ଼. ପ୍ରିତିଶ ସାହୁ, ବଞ୍ଚୋ, ଦଧିବାମନପୁର, ମୁଗୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡ଼. ସମ୍ବିତ ସ୍ଥିତାପ୍ରଜ୍ଞ ପଞ୍ଚୁଗୋଛିଆ, ତରଭା ଆଦି ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକ ଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିଥିଲେ l ସୁନ୍ଦରପାଳ ସ୍ଵାସ୍ଥ୍ୟକେନ୍ଦ୍ରର ଡ଼. ସୂଦୀପ୍ତା ପଟ୍ଟନାୟକ ଓ ଡ଼ ଅନିଲ ନାୟକ ସୋସୋ ରେ ଥିବା ମା ଗୃହ ପରିଦର୍ଶନ କରି ସମସ୍ତ ଗର୍ଭବତୀଙ୍କ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ l ସ୍ୱାସ୍ଥ୍ୟ ପରିଦର୍ଶିକା ନିରୁପମା ଦାସ ସମସ୍ତ ଟୀକା ଭଣ୍ଡାର ବୁଲି ଟୀକା ସୁରକ୍ଷା ଉପରେ ଯାଞ୍ଚ କରିଥିଲେ l ଶାଳନିଆ ଗୋଷ୍ଠୀ ସ୍ବାସ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଶୁଭଲକ୍ଷ୍ମୀ ଜେନା, ସ୍ନେହମୟୀ ମିଶ୍ର, ମିନତୀ ଜେନା, ମୌସୁମୀ ମହାନ୍ତ, ସ୍ୱାସ୍ଥ୍ୟକର୍ମୀ ବିଦୁଲତା ମଲିକ, ପୁଷ୍ପଲତା ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବାରିକ, ହେମନ୍ତ ଜେନା, କାଳନ୍ଦୀ ଦାସ, ଅକ୍ଷୟ କୁମାର ସାହୁ, ମନୋରମା ଦାସ ଆଦି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ, ହାଲୋଜେନ ଟାବଲେଟ ଏବଂ ଓଆରଏସ ର ବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ