ବାତ୍ୟା କାଳରେ ବୃଦ୍ଧାଙ୍କ ମୃତ୍ଯୁ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତ ଅନ୍ତର୍ଗତ ତାମ୍ପଳା ଗ୍ରାମର ସ୍ବର୍ଗତଃ ବାଳକୃଷ୍ଣ ରାଉତଙ୍କ ୮୧ବର୍ଷୀୟା ବିଧବା ପତ୍ନୀ ରମ୍ଭା ରାଉତ ଗତ ୧ମାସ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପାଇ ହାଟଡିହି ତହସିଲଦାର ହବିଲ ଖାଖା, ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ, ନନ୍ଦିପଦା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର, ଆରଆଇ ମାନସ ପରିଡ଼ା ପ୍ରମୁଖ ଯାଇ ସ୍ଥିତି ପରଖିବାରୁ ବୃଦ୍ଧା ରମ୍ଭା ରାଉତଙ୍କ ମୃତ୍ଯୁ ବାତ୍ୟା ଯୋଗୁଁ ନୁହେଁ ବରଂ ସ୍ୱାଭାବିକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ କହିବା ଅନୁଯାୟୀ ସେ ବୃଦ୍ଧା ଜଣକୁ ଗତକାଲି ରାତିରୁ ସୁରକ୍ଷା ପାଇଁ ନିକଟସ୍ଥ ସ୍କୁଲକୁ ନେଇଯାଇଥିଲେ। ବୃଦ୍ଧା ଜଣକ ଆଜି ସକାଳେ ଶୌଚ ପାଇଁ ଘରକୁ ଆସିଥିବା ବେଳେ ପଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି ବୋଲି କହିଥିଲେ। ମାତ୍ର ବିଡିଓ ଙ୍କ ସୂଚନା ଅନୁଯାୟୀ ଉକ୍ତ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଜନକ ମୃତ୍ୟୁ ଘଟିଛି। ସେଠାରେ କୌଣସି ଆଶ୍ରୟସ୍ଥଳୀ ଖୋଲା ଯାଇ ନଥିବା କହିଛନ୍ତି। ବୃଦ୍ଧାଙ୍କ ପରିବାରକୁ ପୂର୍ବରୁ ପକ୍କା ଘର ମଧ୍ଯ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ