ବାତ୍ୟା ମୁକାବିଲା ନେଇ ପ୍ରଶାସନ ସହ ଆଲୋଚନା କଲେ ବିଜେପି ନେତା

ବନ୍ତ, (ଚାନ୍ଦିନୀ ମହାନ୍ତି):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରଶାସନ ସହ ଆଲୋଚନା କରିଥିବା ଦେଖାଯାଇଛି । ବିଧାନସଭା ନେତା ସୁଧାଶୁଂ ନାୟକ ବନ୍ତ ବି.ଡି.ଓ ପ୍ରଦୀପ କୁମାର ସେଠୀ ଓ ଭଣ୍ଡାରିପୋଖରୀ ବି.ଡି.ଓ ଦେବଦତ ଦାସଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ଗୃହ ମାନଙ୍କରେ ଦଳିତ,ଆଦିବାସୀ ଓ ନିମ୍ନବର୍ଗର ଅଭାବୀ ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ଥଇଥାନ କରିବା ଏବଂ ଶୁଖିଲା, ରନ୍ଧାଖାଦ୍ୟ ବଣ୍ଟନ ସହ ଔଷଧ ମହଜୁଦ ରଖିବା ନେଇ ଆଲୋଚନା କରିଥିଲେ । ଆଲୋଚନା ବେଳେ ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ୍ ସାମଲ,ପୂର୍ବତନ ସରପଞ୍ଚ ବାବାଜି ଜେନା, ତରଣୀସେନ ଜେନା, ଅଶୋକ ବେହେରା, ଜିଲା ଉପସଭାପତି ଜଗବନ୍ଧୁ ଦାସ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସେନାପତି, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବସନ୍ତ ବିଶ୍ୱାଳ, ଲକ୍ଷ୍ମୀଧର କର, ହେମନ୍ତ ମଲ୍ଲିକ ଉପସ୍ଥିତ ଥିଲେ । ସେହିପରି ଉଭୟ ବ୍ଲକର ବିଜେପି କାର୍ଯ୍ୟାଳୟରେ ବାତ୍ୟା ସମୟରେ କର୍ମୀ ମାନେ ବିପନ୍ନଙ୍କ ପାଖରେ ରହି ସାହାଯ୍ୟ ଓ ସହଯୋଗ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ