ବାରମ୍ଵାର ଦାବି ସତ୍ତ୍ୱେ ନିର୍ମାଣ ହେଉନି କଲେଜ ରାସ୍ତା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜ ରାସ୍ତାରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି । ଏହା କେବଳ ଆଜି କାଲିର ସମସ୍ୟା ନୁହେଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଫୁଟେ ଦୁଇ ଫୁଟ ଉଚ୍ଚର ପାଣି ଚାଲିଥାଏ । ଫଳରେ କଲେଜରେ ପଢୁଥିବା ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନାନା ଅସୁବିଧା ଭୋଗିଥାନ୍ତି। ବାତ୍ୟା ଦାନାର ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଏବେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି I ଆଜି ଜଣେ ଅଧ୍ୟାପିକା ଏହି ରାସ୍ତାରେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ କଲେଜ କର୍ତ୍ତୁପକ୍ଷ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୧୦ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କର୍ତ୍ତୁପକ୍ଷ କହିଛନ୍ତି। ଆନନ୍ଦପୁର- ଭଦ୍ରକ ପୁର୍ତ୍ତ ବିଭାଗ ରାସ୍ତା ଠାରୁ ଏହି କଲେଜ ରାସ୍ତାଟି ୩/ ୪ ଫୁଟ ତଳେ ରହି ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି । ଆନନ୍ଦପୁର ବିଧାୟକ ଓ ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ