ବାରୁଡା ଚାଷୀଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ପଂଚାୟତର ଚାଷୀଙ୍କୁ ଗତ ରବିବାର ଦିନ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ମାନକୁ ଉକ୍ତ ଯନ୍ତ୍ରପାତି ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ କହିଥିଲେ ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ। ସଭାକୁ ଭାଜପା ନେତା କାଳୁ ଚରଣ ସ୍ଵାଇଁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନିଳମାଧବ ପାତ୍ର, ତିଲିସିଙ୍ଗି ସମିତିସଭ୍ୟ ସୁବାଷ ଚନ୍ଦ୍ର ପ୍ରଧାନ, ଗୋଲାପଡା ସମିତିସଭ୍ୟ ପିତବାସ ପ୍ରଧାନ, ଜଗନ୍ନାଥପ୍ରସାଦ ବ୍ଲକ ସାଂସଦ ପ୍ରତିନିଧି ମହେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ.