ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ଗ୍ରାମ ସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠରେ  ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରତି ଅବଦାନ ଥିବା ସ୍ବର୍ଗତ ବୀରବର ମିଶ୍ରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ପୂଜାରୀ ଯୋଗଦେଇ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଉଦବୋଧନ ଦେଇଥିଲେ । ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଜଗବନ୍ଧୁ ସେଠୀ ସମସ୍ତ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ଆୟୋଜିତ କ୍ରୀଡାରେ ବିଦ୍ୟାଳୟର ସବ ଜୁନିୟର , ଜୁନିୟର ଏବଂ ସିନିୟର ବିଭାଗରୁ ୨ ଶହରୁ ଊର୍ଦ୍ଧ୍ବ   ଛାତ୍ରୀ ଛାତ୍ର ଦୈାଡ , କବାଡି , ଖୋଖୋ , ଲମ୍ବା ଡିଆଁ ଭଳି ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ପ୍ରଶାନ୍ତ ସାହୁ , ପ୍ରଦୀପ ସାହୁ , ପ୍ରତାପ ଚନ୍ଦ୍ର ସାହୁ , ମୋହନ ମନ୍ତ୍ରୀ , ରାଜେଶ ଜାନୀ , ବିନୋଦ ଚନ୍ଦ୍ର କହଁର , ଲାବଣ୍ୟ ସାହୁ , ଶିକ୍ଷୟିତ୍ରୀ ଡ଼ଲି ଚୌଧୁରୀ , ସୁରଭି ନାୟକ , ଜ୍ୟୋସ୍ନା ମହାରଣା ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ