ବାଲିମେଳା ଜଳ ଭଣ୍ଡାରର ଜଳ ତଳ ମୁଣ୍ଡ ଗ୍ରାମରେ ପସିଲା
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ବାଲିମେଳା ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ । ଜଳ ଭଣ୍ଡାରର ତଳ ମୁଣ୍ଡରେ ଥିବା ଗ୍ରାମ ଗୁଡିକରେ ପାଣି ପସିଲାଣି । ଅନେକ ଚାଷ ଜମି ଉପରେ ଏବେ ନଦୀ ପାଣି ପ୍ରଭାବିତ ହଉଛି । ସ୍ୱାଭିମାନ ଅଞ୍ଚଳରେ ଥିବା ନାକାମାମୁଡ଼ି ପଞ୍ଚାୟତର ରାବ, ବକୁଳି, ଖଜୁରୀଗୁଡା, ଦରମାଗୁଡା, ବିଶୋଇଗୁଡା ଆଦି ଅଞ୍ଚଳରେ ଜଳ ଭଣ୍ଡାର ପାଣି ଗ୍ରାମରେ ପ୍ରଭାବିତ ହେଉଛି । ଫଳରେ ବହୁ ଗ୍ରାମକୁ ଯିବାକୁ ଥିବା ରାସ୍ତା ଏବେ ଡେମ ପାଣିରେ ବୁଡି ଯାଇଛି । ସାଧାରଣ ଜନତା ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସେହି ସବୁ ଅଞ୍ଚଳକୁ ଡଙ୍ଗା ସାହାଯ୍ୟରେ ଯାଇ ଲୋକଙ୍କ ଅସୁବିଧା ସମ୍ପର୍କରେ ବୁଝିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ କହିଥିଲେ । ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଲୋକଙ୍କୁ ବୁଝାଇବା ସହ ସମସ୍ତ ଗ୍ରାମକୁ ଡଙ୍ଗା ସାହାଯ୍ୟରେ ଯାଇ ସମସ୍ୟା ବୁଝି ଥିବା ଦେଖିବାକୁ ମିଳିଥିଲା।