ବାଲିସିରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକଉତ୍ସବ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୪ତମ ବାର୍ଷିକଉତ୍ସବ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ରବିବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ତଥା ପ୍ରଧାନାଚାର୍ଯ୍ୟ ଶିବପ୍ରସାଦ ଷଡଙ୍ଗୀଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ବାସୁଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଂଚ ଦୈତାରୀ ବେହେରା, ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ପ୍ରାକ୍ତନ କୁଳାଧିପତି ବିଜୟ ଚନ୍ଦ୍ର ମହାନ୍ତି, ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର କୋଷାଧ୍ୟକ୍ଷ ଭବାନୀ ଶଙ୍କର ଷଡଙ୍ଗୀ ଓ ଉପସଭାପତି ରାଜେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଦ୍ୟାର୍ଥୀମାନେ ଜଣେ ଜଣେ ସୁନାଗରିକ ହୋଇ ଦେଶ ଓ ଜାତିର ଟେକ ରଖିବାକୁ ଆହ୍ୱାନ କରିଥିଲେ । ବାଲିସିରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ସଂପାଦକ ଶିବପ୍ରସାଦ ଷଡଙ୍ଗୀ ଓ ସଭାପତି ବାସୁଦେବ ସ୍ୱାଇଁ ନିଜ ଅଭିଭାଷଣରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ସଂକ୍ରାନ୍ତରେ ସ୍ମୃତିଚାରଣ କରି ଉଜ୍ଜଳମୟ ଭବିଷ୍ୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମସ୍ତ ଗୁରୁଜୀ ଗୁରୁମାଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଶହଶହ ଅଭିଭାବକଙ୍କୁ ବିମୋହିତ କରିପକାଇଥିବା ଦେଖିବାକୁ ମିଳିଥିଲା । ବାଲିସିରା ଗ୍ରାମ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏହି ୧୪ତମ ବାର୍ଷିକଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଗୁରୁଜୀ ଅମରେନ୍ଦ୍ର ନାୟକ, ଶଙ୍କର ଚନ୍ଦ୍ର ପଟ୍ଟନାୟକ, ଗୁରୁମା ସୁନିତାରାଣୀ ସାହୁ, ଜଗଧାତ୍ରୀ ସାହୁ, ସଂଗୀତା କୁମାରୀ ପଟ୍ଟନାୟକ, କୌଶଲ୍ୟା ସେଠୀ, ପ୍ରଭାସିନୀ ମୁନି, ବର୍ଷାରାଣୀ ନାୟକଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ