ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ଆନୁକୂଲ୍ୟରେ ଏକ ପୋଷାକ ବିତରଣ ମେଳା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଞ୍ଜ ବେହେରା, ସରପଞ୍ଚ ଦୈତାରୀ ବେହେରା, ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରାମନାଥ ପଟ୍ଟନାୟକ, ସିଆରସିସି ହରିବନ୍ଧୁ ବେହେରା, ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମଲତା ବେହେରା, ନିରୁପମା ଦାଶ, ଗୀତାଞ୍ଜଳୀ ପାତ୍ର, ସୁଦିପ୍ତ କୁମାର ଗୌଡ, ଅଙ୍କିତା ମହାପାତ୍ର, ମନିଷା କୁମାରୀ ଦିଗଲ୍‍, କ୍ରିଡା ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପବିତ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୨୮୮ଜଣ ବିଦ୍ୟାର୍ଥୀଙ୍କୁ ମାଗଣା ପୋଷାକ ବଣ୍ଟନ କରିବା ସାଙ୍ଗକୁ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରି ବିଦ୍ୟାର୍ଥୀମାନେ ସମୟର ସଦ୍‌ବିନିଯୋଗ କରି ସୁନାଗରିକ ହେବାକୁ ଆହ୍ୱାନ କରି ଛାତ୍ରଛାତ୍ରୀମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । ଏହି ମାଗଣା ପୋଷାକ ବିତରଣ ମେଳାରେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ