ବାଲି ବୋଝେଇ ଗାଡି ବନ୍ଦ କରିବାକୁ ନିଷ୍ପତି ନେଲା ବଜାର କମିଟି
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ବଜାର କମିଟି ପକ୍ଷରୁ ବାଲି ବୋଝେଇ ଗାଡି ଗୁଡିକୁ ବନ୍ଦ କରା ଯାଇଛି। ଶାଳଣିଆଁରେ ଅବସ୍ଥିତ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ ,ଜଳସମ୍ପଦ ଅଫିସ ଓ ବଜାର ଉପରେ ପ୍ରତିଦିନ ଶହଶହ ଲୋକ ନିର୍ଭର କରୁଛନ୍ତି। ତେଣୁ ବଜାରଟି ଦିନ ସାତଟା ଠାରୁ ରାତ୍ର ନଅଟା ପର୍ଯ୍ୟନ୍ତ ଜନ ଗହଳିପୂର୍ଣ୍ଣ ହୋଇଥାଏ। ଏଵଂ ବଜାର ରାସ୍ତାଟି ବହୁ ଅଣଓସାରିଆ ଥିବାରୁ ଏହି ରାସ୍ତାରେ ଟ୍ରକ ଟିଏ କି ଚାରି ଚକିଆ ଯାନବାହନ ଗଲେ ଅନ୍ୟ ଗାଡ଼ି କି ସାଇକେଲ ଟିଏବି ସାଇଟ୍ ଦେବାକୁ ସ୍ଥାନ ରୁହେନି। ଏହି ସମୟରେ ବୈତରଣୀ ନଦୀ ରୁ ଶହ ଶହ ବାଲି ବୋଝେଇ ଭାରୀଯାନ ଏହି ବଜାର ରାସ୍ତାରେ ଯାତାୟତ କରୁଥିବାରୁ ଜନସାଧାରଣ ବହୁ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି।ସେହିପରି ଏହି ବଜାର ନିକଟବର୍ତ୍ତୀ ସରକାରୀ ଓ ବେସରକାରୀ ଛଅ ରୁ ସାତ ଗୋଟି ସ୍କୁଲର ପିଲାମାନେ ଏହି ସମୟରେ ଯାତାୟତ କରୁଥିବାରୁ ବହୁ ସମୟରେ ଦୁର୍ଘଟଣାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ବାଲିବୋଝେଇ ଯାନ ଗୁଡିକ ଘଣ୍ଟା ଘଣ୍ଟା ଧରି ବଜାର ରାସ୍ତା ରେ ଫସି ରହିବା ଫଳରେ ଆମ୍ବୁଲାନସ୍ ରୋଗୀକୁ ନେଇ ଯିବା ଅସମ୍ଭବ ହୋଇପଡିଛି। ଏହି ବଜାରଟି ବୈତରଣୀ ନଦୀ କୂଳ ଠାରୁ ମାତ୍ର ଚାରି ରୁ ପାଞ୍ଚ କଲୋମିଟର ଦୂର ରେ ଅବସ୍ଥିତ। ଘାଟରୁ ଶହଶହ ବାଲି ବୋଝେଇ ଯାନ ଗୁଡିକ ଏହି ବଜାର ରାସ୍ତା ଦେଇ ଦିବାରାତ୍ରି ଯାତାୟତ କରୁଥିବାରୁ ଏପରି ପରିସ୍ଥିତି ଦେଖାଯାଇଛି ଓ ଦିନ ବେଳା ନୋ ଏଣ୍ଟ୍ରି କରି ରାତ୍ର ନଅ ଟା ରୁ ଦିନ ସାତଟା ପର୍ଯ୍ୟନ୍ତ ରାତ୍ରି କାଳିନ ବାଲି ବୋଝେଇ ଯାନ ଗୁଡିକ ଯାତାୟତ କରିବା ସହିତ ଯଦି କୌଣସି ବାଲିବୋଝେଇ ଯାନ ଏହି ନିୟମ ଅମାନ୍ୟ କରି ଯାତାୟତ କରେ ତେବେ ଆଗାମୀ ଦିନରେ କମିଟି ଆଇନ୍ ର ଆଶ୍ରୟ ନେବ ବୋଲି କମିଟି ପକ୍ଷରୁ ମତ ପ୍ରକାଶ କରାଯାଇଛି।