ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର ସୁଲତା ସାହୁ (୩୬) ଓ ଗୁରୁତର ଆହତ ଜଣଙ୍କ ହେଲେ ମୃତକାଙ୍କ ସ୍ବାମୀ ଭଗବାନ ସାହୁ (୪୪) । ରବିବାର ଅପରାହ୍ନରେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର ଭଗବାନ ସାହୁ ଓ ତାଙ୍କ ସ୍ତ୍ରୀ ସୁଲତା ସାହୁ ସ୍କୁଟି (ଓଆର୦୭ ଡବ୍ଳ୍ୟୁ ୮୨୦୮)ଯୋଗେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ଟିପର ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟିକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ଉଭୟ ସ୍ବାମୀ, ସ୍ତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ବାଲି ବୋଝେଇ ଟିପର ର ପଛଚକ ମହିଳାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଦୂର୍ଘଟଣା ଘଟାଇବା ପରେ ଟିପର ଚାଳକ ଗାଡିକୁ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ସ୍ବାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଦୂର୍ଘଟଣାଗ୍ରସ୍ତ ସ୍କୁଟିକୁ ପୁଲିସ ଜବତ କରିଛି। ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଦୃର୍ଘଟଣା ଘଟାଇ ଚମ୍ପଟ ମାରିଥିବା ବାଲି ବୋଝେଇ ଟିପରକୁ ଧରିବା ପାଇଁ ପୁଲିସ ଛାନଭିନ ତଦନ୍ତ ଆରମ୍ଭ କରିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ