ବାଲି ବୋଝେଇ ଟ୍ରକରୁ ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବଡ଼ରମ୍ପାସ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ
ହାଟଡିହି, (ବିକାଶ ବିଶ୍ୱାଳ):ଅଣା ସମଣା ରାସ୍ତାରେ ବାଲି ବୋଝେଇ ଟ୍ରକରୁ ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବଡ଼ରମ୍ପାସ ଠାରେ ଆଜି ଦିନ ଗୋଟାଏ ବେଳେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଟ୍ରକ ଅଟକି ରହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଏକ ଗ୍ରାମାଞ୍ଚଳ ରାସ୍ତା ହୋଇଥିବା ବେଳେ ଶହ ଶହ ଭାରିଜାନ ଚ଼ଳାଚ଼ଳ କରୁଛି। ବିଶେଷକରି ଏହି ଭାରିଜାନ ମାଧ୍ୟମରେ ଏ ଅଞ୍ଚଳରେ ଥିବା ବୈତରଣୀଘାଟରୁ ବାଲି ପରିବହନ ହେଉଥିବା ବେଳେ ପ୍ରତି ଛକ ବଜାର ମାନଙ୍କରେ ବେଆଇନି ଚାନ୍ଦା ଆଦାୟ ହେଉଛି। ଏପରିକି କେତେକ ସ୍ଥାନରେ ବ୍ୟକ୍ତିଗତ ଭାବେ ମଧ୍ୟ ଚାନ୍ଦା ଆଦାୟ କରାଯାଉଛି। ଏହାକୁ ନେଇ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଚାନ୍ଦା ଆଦାୟ ଦ୍ଵାରା ବାଲି ବୋଝେଇ ଟ୍ରକ, ହାଇୱା ଗୁଡିକ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିବାଦ୍ୱାରା ସାଧାରଣ ଲୋକମାନେ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଭୋଗୁଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବାରେ ଅସୁବିଧା ଭୋଗୁଛନ୍ତି। ତେଣୁ ପ୍ରଶାସନ ଏହି ବେଆଇନ ଚାନ୍ଦା ବନ୍ଦ କରୁବୋଲି ଅରୁଣ ସେଠୀ, ବିଶ୍ଵନାଥ ଖୁଣ୍ଟିଆ, ମଙ୍ଗଳସେଠୀ, ଅଖନ ସା, ବାବନ ବାରିକ, ପ୍ରଦୀପ ଆୟଚ଼, କୁଳମଣି ନାହାକ, ଟିକନ ଖୁଣ୍ଟିଆ, ମଣି ଚ଼ରଣ ରଣା, ହଂସ ସେଠୀ, ରବିନ୍ଦ୍ର ରଣା, କନ୍ଦିଆ ସେଠୀ, ବାଦୁଡି ସେଠୀ, ମଣ୍ଟୁ ରଣା, ଦିଲୁ ପରିଡା, ପ୍ରଶାନ୍ତ ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ଦାମୋଦର ଆୟତ଼’ ସନାତନ ପଟ୍ଟନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।