ବାଲେଶ୍ୱର ଜିଲ୍ଲା ନିର୍ମାଣଶ୍ରମିକ ସଂଗଠନ ସମନୋୟ କମିଟି ର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବୁଧବାର ଦିବା ୧ ଘଟିକା ସମୟ ସ୍ଥାନୀୟ ଉଠାଜଳସେଚନ ଭବନରେ କମିଟି ର ସଭାପତି ବିକାଶ କୁମାର ଦାସ ଙ୍କ ସଭାପତିତ୍ୱ ରେ ବାଲେଶ୍ୱର ଜିଲ୍ଲା ନିର୍ମାଣଶ୍ରମିକ ସଂଗଠନ ସମନୋୟ କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମେ କମିଟିର ସମ୍ପାଦକ ବିଜୟ କୁମାର ପାତ୍ର ବୈଠକରେ ଆଲୋଚନା ହେବାକୁ ଥିବା ଏଜେଣ୍ଡା ବିଷୟରେ ସୂଚନା ପ୍ରଦାନ କରିବା ପରେ ସଭାପତି ଶ୍ରୀ ଦାସ ନିଜର ବକ୍ତବ୍ୟରେ ଏଜେଣ୍ଡା ବିଷୟରେ ଆଲୋଚନା କରିବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ।ଏଜେଣ୍ଡା ଗୋଡିକ ଏହିଭଳି ଥିଲା,କି ଶ୍ରମ କାର୍ଯ୍ୟାଳୟ ରେ ବିଗତ କିଛିଦିନ ହେବ ଯେଭଳି ଭାବେ ନିର୍ମାଣ ଶ୍ରମିକ ସାଥୀମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଯେଉଁ ବ୍ୟବସ୍ଥା ଗୁଡିକ ଆଇନ ସଂଗତ ଭାବେ ଅଛି ସେଥିରେ ଅବହେଳା ପ୍ରକଟ କରିବା ଉପରେ ଆଲୋଚନା,ଯେଭଳି ଭାବେ କିଛି ରାଜନୈତିକ ଓ ବେରୋଜଗାର ବ୍ୟକ୍ତି ତଥା ସେବା କେନ୍ଦ୍ରର ମାଲିକ ମାନେ ବିଭିନ୍ନ ସମୟରେ ଶ୍ରମ କାର୍ଯ୍ୟାଳୟକୁ ଆସି ବିଭିନ୍ନ ନିର୍ମାଣ ଶ୍ରମିକ ସାଥି ମାନଙ୍କ ଠାରୁ ଅର୍ଥ ନେଇ ତାଙ୍କର କାର୍ଡ ଓ ବେନିଫିଟ,ନବୀକରଣ ଆଦିରେ ହସ୍ତକ୍ଷେପ କରି ଶ୍ରମକାର୍ଯ୍ୟାଳୟ କ୍ରମଚାରିଙ୍କ ଦ୍ୱାରା ବେଆଇନ ଭାବେ କାର୍ଯ୍ୟ କରାଇବା ବିଷୟରେ,ବିଭିନ୍ନ ସମୟରେ ଶ୍ରମକାର୍ଯ୍ୟାଳୟ ର କିଛି କ୍ରମଚାରି ଆଇନ ଗତ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ନେତା ମାନଙ୍କୁ ତମେ କିଏ ? ତମର ଏଠି କାମ କଣ ? ବୋଲି ପ୍ରଶ୍ନ କରି ଅପମାନିତ କରିବା ବିଷୟରେ ଆଲୋଚନା କରି ପରମୁହୂର୍ତ୍ତ ରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ବିଷୟରେ ଅବଗତ କରାଇବା,ବିଷୟ ପ୍ରମୁଖ ଏଜେଣ୍ଡା ଥିଲା,ଏହି ଆଜେଣ୍ଡା ବିଷୟରେ ଉପସ୍ଥିତ ଶ୍ରମିକ ସଂଗଠନ ର ନେତା ମାନେ ଜଣକ ପରେ ଜଣେ ସଞ୍ଜୟ କୁମାର ସାମଲ,ବାସନ୍ତୀ ସାମଲ,ପ୍ରଶାନ୍ତ କୁମାର ପରିଡା,ବେଣୁଧର ମୋହାନ୍ତି,ପିତାମ୍ବର ମାଝୀ,କୃଷ୍ଣ ଚନ୍ଦ୍ର ଜେନା,ରଂଯୁକ୍ତା ଓଝା,କେଶବ ଲେଙ୍କା,ପୂର୍ଣ୍ଣଚନ୍ଦ୍ର ପାତ୍ର,ପ୍ରମୁଖ ଶୃଙ୍ଖଳିତ ବିସଦଭାବେ ଆଲୋଚନା କରିଥିଲେ, କମିଟିର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ସଂଗଠନ ବିଷୟରେ ଓ ଶ୍ରମିକ ନେତା ର ଧର୍ମ ବିଷୟରେ ଆଲୋକପାତ କରିଥିଲେ,ଉପସ୍ଥିତ ସମସ୍ତ ଶ୍ରମିକ ନେତା ମାନଙ୍କ ସହମତିରେ ଏହିମାନଙ୍କ ମଧ୍ୟରୁ ୬ ଜଣିଆ ଏକ ପ୍ରତିନିଧି ମଣ୍ଡଳୀ ଶ୍ରମକାର୍ଯ୍ୟାଳ କୁ ଯାଇ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ସାହୁ ଙ୍କ ସହ ଏହିସବୁ ବିଷୟକୁ ବିଷଦ ଭାବେ ଆଲୋଚନା କରିଥିଲେ।ଏବଂ ଶ୍ରୀ ସାହୁ ଆଲୋଚିତ ବିଷୟ ବସ୍ତୁକୁ ଗରୁତ୍ବର ଭାବେ ବିଚାରକୁ ନେଇ ସମାଧାନ କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଥିଲେ