ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ 

ହାଟଡ଼ିହି, (ଓ୍ବାଇଏନ୍ଏସ୍):ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ । ଦିନ କେଇଟା ଭିତରେ ହୋଇଥାନ୍ତା ବାହାଘର । ବିବାହ ଉପକରଣ କିଣା ସରିଥିଲା, ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ବି ସରିଥିଲା । ଆସନ୍ତା ୧ତାରିଖରେ ହୋଇଥାନ୍ତା ବାହାଘର । ମାତ୍ର ବାହାହେବା ପାଇଁ କନ୍ୟା ସାଜୁଥିବା ଜଣେ ନାଁ ବାଳିକା ବୋଲି ଖବରପାଇ ପ୍ରଶାସନ ଆଜି ବାହାଘରକୁ ବନ୍ଦ କରିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶଙ୍ଖଣା ଗ୍ରାମରେ । ଗ୍ରାମର ବିଧବା ଶାନ୍ତିଲତା ଓ ତାଙ୍କର ନା ବାଳିକା କନ୍ୟାକୁ ନେଇ ତାଙ୍କର ସଂସାର । ଝିଅର ବୟସ ମାତ୍ର ୧୫ବର୍ଷ । ପାଖ ଜମ୍ଭୀରା ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଦୁଇବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ପାଠପଢ଼ା ବନ୍ଦ ହେବାସହ ସ୍କୁଲ ଛାଡିଥିଲା ନା ବାଳିକା । ଘର ଚଳାଇବାକୁ ଅସମର୍ଥ ବିଧବା ମା ଏକମାତ୍ର ଝିଅର ବୋଝ ମୁଣ୍ଡରୁ ହଟାଇବାକୁ ମା ମଧ୍ୟ ବାହାରିପଡିଲେ ଝିଅର ବାହାଘର ସାରିଦେବା ପାଇଁ । ବରପକ୍ଷର ଦେଖାସାକ୍ଷାତ ପରେ ଗତ ୨୪ତାରିଖରେ ଲଗ୍ନ ହୋଇଥିଲା ବାହୁଡାରେ ବାହାଘର କରିବାପାଇଁ । କିନ୍ତୁ କେହି ଜଣେ ବ୍ୟକ୍ତି ବାଲ୍ୟ ବିବାହ ହେଉଥିବା ନେଇ ଚାଇଲଡଲାଇନର ଟୋଲ ଫ୍ରି ନମ୍ବରରେ ଜଣାଇବାପରେ ଚାଇଲଡ ଲାଇନ ଉପକେନ୍ଦ୍ରଆନନ୍ଦପୁର ଏ ନେଇ ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ ଓ ନନ୍ଦିପଦା ପୁଲିସକୁ ସୁଚନା ଦେଇଥିଲେ । ଗୁରୁବାର ଦିନ ବାଲ୍ୟବିବାହ ନିରାକରଣ ଅଧିକାରିଣୀ ତଥା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ, ନନ୍ଦିପଦା ଥାନା ସବଇନସପେକ୍ଟର ସୁପ୍ରଭା ବେହେରା, ଚାଇଲଡଲାଇନ ଟିମ ଲିଡର ନରେନ୍ଦ୍ର ପରିଡା, ସସ୍ମିତା ମହାନ୍ତି, ହିମାଶୁଂ ରାମ, ମହିଳା ପରିଦର୍ଶିକ ଜ୍ୟୋତ୍ସ୍ନାମୟୀ ଜେନା, ଅଙ୍ଗନବାଡି କର୍ମୀ ରେଣୁବାଳା ସେଠୀ ପ୍ରମୁଖ ପହଞ୍ଚି ବାଲ୍ୟବିବାହ ଏକ ଅପରାଧ ଓ ଏହାର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବୁଝାଇବା ସହିତ ସଚେତନ କରାଇଥିଲେ । ବିବାହକୁ ବନ୍ଦ କରିବାପାଇଁ ମଧ୍ୟ ନାବାଳିକାର ମାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ