ବିଏସଏନଏଲ ଆଣିଲା ନୂଆ ଅଫର୍
ଭୁବନେଶ୍ବର: ବିଏସଏନଏଲ ନିଜ ୟୁଜର୍ସମାନଙ୍କୁ ଫାଇଦା ପହଂଚାଇବା ପାଇଁ ଏକ ଟକ ଟାଇମ ଲୋନ ଅଫର ଲଞ୍ଚ କରିଛି । ଏନେଇ ୟୁଜରଙ୍କୁ ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତର ଲୋନ ମିଳିପାରିବ । ଏ ବାବଦରେ କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ୟୁଜର୍ସ ମାନେ ଜରୁରୀ ପରିସ୍ଥିତିରେ ଏହି ଅଫରର ଉପଯୋଗ କରି ଟକ ଟାଇମ ପ୍ରାପ୍ତ କରି ପାରିବେ । ଏହା ସହ ଏହି ଅଫର ଜରିଆରେ ୟୁଜର ମାନଙ୍କୁ ବି ଖୁବ ଫାଇଦା ମିଳିପାରିବ । ଓନ୍ଲି ଟେକ୍ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ବିଏସଏନଏଲ ଦ୍ୱାରା ଜାରି ହୋଇଥିବା ଏହି ଅଫର ଜରିଆରେ ଉପଭୋକ୍ତା ମାନଙ୍କୁ ଯଥାକ୍ରମେ ୧୦ଟଙ୍କା, ୨୦ଟଙ୍କା, ୩୦ ଟଙ୍କା, ୪୦ ଟଙ୍କା, ୫୦ ଟଙ୍କା ପର୍ଯ୍ୟନ୍ତର ଟକ ଟାଇମ ସୁବିଧା ମିଳିପାରିବ । ୟୁଜର ମାନେ ଲୋନ ପ୍ରାପ୍ତ କରିବା ପାଇଁ ନିଜ ଫୋନରୁ ୟୁଏସଏସଡି କୋଡ଼ ଡାୟଲ କରିବା ଜରୁରୀ । ଯଦି ଆପଣ ବି ବିଏସଏନଏଲର ଟକ ଟାଇମ ଲୋନ ପାଇବାକୁ ଚାହୁଁଥିଲେ, ନିଜ ଫୋନରୁ 5117# କୁ ଡାୟଲ କରନ୍ତୁ । ଏହା ପରେ ନିଜ ଫୋନ ସ୍କ୍ରିନକୁ ଏକ ମେସେଜ ଆସିବ । ଯେଉଁଥିରେ ଆପଣଙ୍କୁ ଲୋନ ଅର୍ଥ ମିଳିପାରିବ । ଏଥିରେ ଆପଣ ନିଜ ହିସାବରେ ଲୋନ ରାଶି ଚୟନ କରନ୍ତୁ ଓ ସେଣ୍ଡ ବଟନରେ ଟ୍ୟାପ କରନ୍ତୁ । ଏତିକି କରିବା ପରେ ଲୋନ ରାଶି ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ । କିନ୍ତୁ କମ୍ପାନୀ ଏଯାଏଁ ସ୍ପଷ୍ଟ କରିନାହିଁଯେ, କେଉଁ ଟକଟାଇମ ଲୋନ ପାଇଁ କେତେ ଅର୍ଥରାଶି ଦେବାକୁ ହେବ । ୟୁଜର୍ସ ମାନଙ୍କୁ ପ୍ରତିଦିନ ଏହି ପ୍ଲାନରେ ପ୍ରତିଦିନ ୧ ଯିବି ଡାଟା ସମେତ ୫୦୦ ଏସଏମଏସ ସୁବିଧା ମିଳିପାରିବ । ଏହା ସହ ଅନ୍ୟ କୌଣସି ନେଟୱର୍କକୁ କଲ କରିବା ପାଇଁ ୨୫୦ ମିନିଟ ପର୍ଯ୍ୟନ୍ତ ସୁବିଧା ଦିଆଯିବ । ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ।