ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଓଡିଶା ର ବିଜେପି ସରକାରଙ୍କର ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଖୋର୍ଦ୍ଧା ଜିଲ୍ଲା ର ଜଙ୍କିଆ ଠାରେ ସକାଳ ୧୧ ଘଟିକା ସମୟରେ ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଯୋଜନାର ଲକ୍ଷ୍ୟ ରଖା ଯାଇଛି। କରଞ୍ଜିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏହି ଯୋଜନା ର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, କରଞ୍ଜିଆ ବ୍ଲକ ଅଧ୍ୟାକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ,କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ, ଦେବେନ୍ଦ୍ର ମହାନ୍ତ,ସଞ୍ଜୀବ କୁମାର ପାଣିଗ୍ରାହୀ,ବିଧାୟକ ଙ୍କ ପ୍ରତିନିଧି ମନୋଜ ମହାନ୍ତ, ଲୁନା ମିଶ୍ର,କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ,ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ନାଏକ,ସହକାରୀ ଯନ୍ତ୍ରୀ ସୟେଦ ଅମଜଦ ଅଲ୍ଲୀ, ଜିପିଓ ଦେବାଶିଷ ସାହୁ ଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ରାଜ୍ୟସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ଏଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଶିଷ୍ଟ ପାଲା ଗାୟକ ଉମେଶ ଚନ୍ଦ୍ର ବେହେରା ଓ ତାଙ୍କ ସାଥି ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମବାବଦ ରେ ପାଲା ମାଧ୍ୟମ ରେ ସଚେତନ କରିଥିଲେ।
ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତ ରେ ଖୁବ ଶୀଘ୍ର ଗ୍ରାମସଭା ମାଧ୍ୟମ ରେ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ପାରିତ ହେବା ପରେ ଯୋଜନା ର ରୂପରେଖ ପ୍ରସ୍ତୁତକରି ରାଜ୍ୟ ସରକାର ଙ୍କୁ ରିପୋର୍ଟ ଦେଇ ଅନୁଦାନ ଅର୍ଥ ଆସିଲେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡ଼ିଓ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ ସୂଚନା ଦେଇଛନ୍ତି ।
କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ଜନସାଧାରଣ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।