ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ପଞ୍ଚାୟତ ସମିତି ବ୍ଳକ ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ଅତିରିକ୍ତ ତହସିଲଦାର ଦୀଲିପ କୁମାର ଦେହୁରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ଉପସ୍ଥିତ ରହି ମଞ୍ଚାସୀନ ଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଓ ପ୍ରଦ୍ଵିପ ପ୍ରଜ୍ବଳନ କରି ବୈଠକର ଶୁଭାରମ୍ଭ କରାଯାଇଥିଲା। ପରେ ଜିପିଓ ପୂର୍ବ ବିବରଣୀ ପାଠ କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ବିଷୟରେ ଉପସ୍ଥିତ ପିଆରଆଇ ମେମ୍ବର ମାନଙ୍କୁ ଅବଗତ କରାଇଥିଲେ। ଏଥି ସହିତ ବିଧାୟକ ଶ୍ରୀ ସାମନ୍ତରା ଉପସ୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ମାନଙ୍କୁ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ।ଏପରିକି ଦୁର୍ଗମ କୋଡିଏ ଗୋଟି ଗ୍ରାମର ଲୋକଙ୍କ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଠିକ ସମୟରେ ପ୍ରଦାନ ହେଉନଥିବା ବେଳେ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ପାତ୍ରପୁର ବ୍ଳକ ର ଲୋକମାନଙ୍କ ଉପକୃତ ହୋଇ ପାରିବେ ବୋଲି କହିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ନମିତା ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସମ୍ବିଦ ବେଗରାୟଙ୍କ ସହ ସମସ୍ତ ଲାଇନ ଡିପରଟମେଣ୍ଟର,ପିଇଓ,ଏଡିଇଓ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ